ବାଲିଅନ୍ତାରେ ଆଉ ୩ କରୋନା ମୃତ୍ୟୁ

ଶିଶୁର ଶବକୁ ନିଜ କାରରେ ନେଇ ଘରେ ଛାଡିଲେ ଯୁବକ

East Idaho News

ବାଲିଅନ୍ତା: ବାଲିଅନ୍ତା ବ୍ଲକରେ କରୋନା ଆଜି ପୁଣି ୩ଜଣଙ୍କ ପ୍ରାଣ ନେଇଛି। ମୃତକଙ୍କ ମଧ୍ୟରେ ଦୁଇଜଣ ବରିଷ୍ଠ ନାଗରିକ ଥିବା ଜଣାଯାଇଛି। ଏହି ୩ଜଣଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା କରୋନା ବ୍ଲକ‌ରେ ୧୩ଜଣଙ୍କ ଜୀବନ ନେଲାଣି। ତେବେ ଏଠାରେ ମୃତ୍ୟୁ ସଂଖ୍ୟା ୧ ଡଜନ୍‌ ଟପିଥିଲେ ହେଁ ଅମାନିଆଙ୍କ ଉତ୍ପାତ ଯୋଗୁଁ ସଂକ୍ରମଣ ନିୟନ୍ତ୍ରଣ ହୋଇପାରୁ ନଥିବା ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଜଣେ ଅଧିକାରୀ କହିଛନ୍ତି।

ଅପରପକ୍ଷେ ବ୍ଲକରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲେ ହେଁ ଆକ୍ରାନ୍ତ ବାହାରୁଥିବା ଗ୍ରାମଗୁଡ଼ିକୁ ସାନିଟାଇଜ୍‌ କରାଯାଉନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଆଜି ପୂର୍ବାହ୍ନରେ ବାଲିଅନ୍ତା ଅଗ୍ନିଶମ ବାହିନୀ କର୍ମଚାରୀ ସାନିଟାଇଜ କରିବାକୁ ଦଣ୍ଡିଲୋ ଗ୍ରାମରେ ପହଞ୍ଚିଥିଲେ। ବଡ଼ ଗାଡ଼ି ଆସିଥିବାରୁ ଗାଁ ଗଳିକନ୍ଦି ଭିତରେ ପଶି ପାରିନଥିଲା। ସରପଞ୍ଚ ସୂର୍ଯ୍ୟ ନାରାୟଣ ଦାସଙ୍କ ଅଭିଯୋଗ ଅନୁଯାୟୀ, ଅଗ୍ନିଶମ କର୍ମଚାରୀମାନେ ସାଙ୍ଗରେ ଆବଶ୍ୟକ ପାଇପ୍‌ ଆଣି ନଥିଲେ। ତେଣୁ ପଞ୍ଚାୟତର ଗଳିକନ୍ଦି ସାନିଟାଇଜ୍‌ କରିବାକୁ ଅଧିକାରୀ ମନା କରିଦେଇଥିଲେ। ଏନେଇ ବିଭାଗୀୟ କର୍ମଚାରୀମାନଙ୍କ ସହ କିଛି ଯୁବକମାନଙ୍କର ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦାୟିତ୍ବରେ ଥିବା କର୍ମଚାରୀମାନେ ଅଗ୍ନିଶମ ସେବା ଗାଡ଼ି ନେଇ ସେଠାରୁ ପଳାଇ ଯାଇଥିଲେ। ଏହାକୁ କେନ୍ଦ୍ର କରି ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe