ଖଣ୍ଡଗିରି : ଦୁର୍ଘଟଣା ନେଲା ୩ ଜୀବନ

କଟକ-ପାରଦୀପ ରାସ୍ତାର ଲୋକନାଥଗଡ଼ା ନିକଟରେ କାର୍‌-ଟ୍ରକ୍‌ ଧକ୍କା; ଜଣେ ମୃତ, ତିନିଜଣ ଆହତ

Image Source--news first

ଖଣ୍ଡଗିରି : ଗତ ଦୁଇ ଦିନ ମଧ୍ୟରେ ଘଟିଥିବା ୩ଟି ପୃଥକ ସଡ଼କ ଦୁର୍ଘଟଣାରେ ୩ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ୨ଟି ଦୁର୍ଘଟଣା ୧୬ନମ୍ବର ଜାତୀୟ ରାଜପଥରେ ଘଟିଥିବା ବେଳେ ଗୋଟିଏ ବରମୁଣ୍ଡା ନୂଆ ସଡ଼କରେ ଘଟିଛି। ମଙ୍ଗଳବାର ରାତି ପ୍ରାୟ ୮ଟା ବେଳେ ୧୬ନମ୍ବର ଜାତୀୟ ରାଜପଥ ଯାଁଳା ଓଗାଳପଡ଼ା ମା’ ବାଟଭୁଆସୁଣୀ ମନ୍ଦିର ନିକଟରେ ଏକ ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍‌ (ଓଡି୦୨ଏମ୍‌-୯୪୧୨) ଧକ୍କାରେ ବାଙ୍କୀର ସଂଜୟ ମହାରଣା(୩୦)ଙ୍କର ମୃତ୍ୟୁ ଘଟିଛି। ସଂଜୟ ତାଙ୍କ ବାଇକ୍‌(ଓଡି୦୨ଏଏଚ୍‌- ୪୭୭୮)ରେ ଭୁବନେଶ୍ବରରୁ ଖୋର୍ଧା ଦିଗରେ ଯାଉଥିବା‌ ବେଳେ ଦ୍ରୁତବେଗରେ ଯାଉଥିବା ଟ୍ରକ୍‌ଟି ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଯାଁଳା ଫାଣ୍ଡି ପୁଲିସ ତାଙ୍କୁ ଏମ୍‌ସରେ ଭର୍ତ୍ତି କରାଇଥିଲା। ମାତ୍ର ଭୋର୍ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଯାଁଳା ଫାଣ୍ଡି ପୁଲିସ ଟ୍ରକ୍‌ ଚାଳକ ସୁରେଶ ନାୟକକୁ କୋର୍ଟ ଚାଲାଣ କରିଛି।

ସେହିପରି ଗତକାଲି ରାତି ପ୍ରାୟ ୯ଟା ବେଳେ ବରମୁଣ୍ଡା ନିକଟରେ ଏକ ଟୁରିଷ୍ଟ ବସ୍‌(ଡବ୍ଲ୍ୟୁବି୩୧ଏ-୧୪୯୭) ଧକ୍କା ଦେବାରୁ ଲକ୍ଷ୍ମୀସାଗର ତଳସାହି ଅଞ୍ଚଳିର ଆଶିଷ ସିଂହ(୨୨)ଙ୍କ ମୃତ୍ୟୁ ଘଟିଛି। ସୋମବାର ବିଳମ୍ବିତ ରାତିରେ ବରମୁଣ୍ଡା ନୂଆ ସଡ଼କରେ ଘଟିଥିବା ଏକ ଦୁର୍ଘଟଣାରେ ଖୋର୍ଧା ବେଗୁନିଆର ଅନନ୍ତ କୁମାର ରଥ ନାମକ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe