‘ଲଲାଟେନ୍ଦୁ ରଥଙ୍କ ତିନୋଟି ନାଟକ’ ଲୋକାର୍ପିତ

Advertisment
‘ଲଲାଟେନ୍ଦୁ ରଥଙ୍କ ତିନୋଟି ନାଟକ’ ଲୋକାର୍ପିତ

ଭୁବନେଶ୍ବର: ଅଗ୍ରଦୂତ ପ୍ରକାଶନୀ ପକ୍ଷରୁ ୟୁନିଟ୍-୩ ସ୍ଥିତ ବୁଦ୍ଧମନ୍ଦିରଠାରେ ଲଲାଟେନ୍ଦୁ ରଥଙ୍କ ‘ଲଲାଟେନ୍ଦୁ ରଥଙ୍କ ତିନୋଟି ନାଟକ’ ପୁସ୍ତକ ଲୋକାର୍ପିତ ହୋଇଯାଇଛି। ଉକ୍ତ ପୁସ୍ତକରେ ‘ପ୍ରାପ୍ତି’, ‘ବାହାର ଲୋକ’ ଏବଂ ‘ଆକାଶ ଯେଉଁଠି ସରିଯାଏ’ ଆଦି ୩ଟି ନାଟକକୁ ସ୍ଥାନ ଦିଆଯାଇଛି। ଏହି ନାଟ୍ୟ ସଂକଳନଟି ମଂଚପ୍ରେମୀ ଓ ନାଟକକୁ ଭଲ ପାଉଥିବା ପାଠକମାନଙ୍କ ପାଇଁ ଖୁବ୍ ଉପାଦେୟ ହେବ ବୋଲି ଅତିଥିମାନେ କହିଥିଲେ।

କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ପୂର୍ବତନ ମୁଖ୍ୟ ଡ. ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି, ସଂଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନବୀନ ପରିଡ଼ା, ବରିଷ୍ଠ ନାଟ୍ୟନିର୍ଦ୍ଦେଶକ ସୁବୋଧ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଲୋକାର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଲଲାଟେନ୍ଦୁ ରଥ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଗ୍ରଦୂତ ପ୍ରକାଶନୀର ପ୍ରକାଶିକା ମଧୁମିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe