ଟ୍ରକ୍‌ ଧକ୍କାରେ ପୁଅ ସହ ଦମ୍ପତି ଗୁରୁତର, ଟ୍ରାଫିକ୍ ପୁଲିସ ଦାବିରେ ଏନ୍‌ଏଚ୍‌ ଅବରୋଧ

ଟ୍ରକ୍‌ ଧକ୍କାରେ ପୁଅ ସହ ଦମ୍ପତି ଗୁରୁତର, ଟ୍ରାଫିକ୍ ପୁଲିସ ଦାବିରେ ଏନ୍‌ଏଚ୍‌ ଅବରୋଧ

ଖଣ୍ଡଗିରି : ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟାବେଳେ ୧୬ ନମ୍ବର ଜାତୀୟ ରାଜପଥ ଯାଁଳା ଓଗାଳପଡ଼ା ବାଟ ମା’ ଭୁଆସୁଣୀ ମନ୍ଦିର ନିକଟରେ ଟ୍ରକ୍‌ ଧକ୍କାରେ ଏକ ଦମ୍ପତି ଓ ତାଙ୍କ ପୁଅ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଚନ୍ଦକା ଥାନା ପାଇକରାପୁର ଗାଁର ଜ୍ୟୋତିରଂଜନ ସାହୁ(୪୨), ତାଙ୍କ ସ୍ତ୍ରୀ ନିର୍ମଳା(୩୮) ଓ ପୁଅ ଅଶ୍ବିନୀ(୧୦)। ଜ୍ୟୋତିଙ୍କ ଅବସ୍ଥା ସଂକଟାପନ୍ନ ରହିଛି।

ଗତ ଦୁଇ ସପ୍ତାହରେ ଏଠ‌ି ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସବୁଦିନ ଛୋଟମୋଟ ଦୁର୍ଘଟଣା ଘଟୁଥିବାରୁ, ଏଠାରେ ଟ୍ରାଫିକ୍ ପୁଲିସ ନିୟୋଜିତ କରିବାକୁ ଦାବି କରି ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରିଥିଲେ। ଜଟଣୀ ଥାନା ଅଧିକାରୀ ସେମାନଙ୍କୁ ବୁଝାଶୁଝା କରିବା ସହ ତୁରନ୍ତ ଟ୍ରାଫିକ୍‌ ପୁଲିସ ନିୟୋଜିତ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଲୋକେ ରାସ୍ତାରୁ ହଟିଥିଲେ। ପ୍ରାୟ ଏକ ଘଣ୍ଟା ପରେ ଉତ୍ତ୍ୟକ୍ତ ଲୋକେ ଶାନ୍ତ ପଡ଼ିଥିଲେ।

ସୂଚନାନୁସାରେ ଆଜି ଜ୍ୟୋତି ତାଙ୍କ ବାଇକ୍‌(ଓଡି୦୫ଆର୍-୮୪୯୧) ଯୋଗେ ଉକ୍ତ କଟ୍‌ ଦେଇ ଭୁବନେଶ୍ବର ଦିଗକୁ ଯାଉଥିଲେ। ମାତ୍ର କଟ୍‌ ପାର୍ ହେବା ପୂର୍ବରୁ ପଛରୁ ଏକ ତେଲ ଟ୍ୟାଙ୍କର(ଓଆର୍୦୯ଜେ-୫୮୦୯) ବାଇକ୍‌କୁ ପିଟିଥିଲା। ଫଳରେ ଜ୍ୟୋତି, ତାଙ୍କ ସ୍ତ୍ରୀ ଓ ପୁଅ ବାଇକ୍‌ରୁ ଛିଟିକି ପଡ଼ିଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଏମ୍‌ସକୁ ପଠାଇଥି‌ଲେ। ଲୋକେ ଟ୍ରକ୍‌ ଚାଳକକୁ ଧରି ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe