ବାଲିପାଟଣା : ବାଲିପାଟଣା ବ୍ଲକ୍ କୁରୁଞ୍ଜିପୁର ପଞ୍ଚାୟତ ସୋଦୁଅ ଭୋଇ ସାହିରେ ମାଟି କାନ୍ଥ ଭୁଶୁଡ଼ି ଗୋଟିଏ ପରିବାରର ୩ଜଣ ଗୁରୁତର ଆହତ ହୋଇଛନ୍ତି। ରବିବାର ରାତି ପ୍ରାୟ ୨ଟା ବେଳେ ପରିବାରର ୬ଜଣ ସଦସ୍ୟ ଶୋଇ ପଡ଼ିଥିବା ବେଳେ ଏହି ଘଟଣା ଘଟିଥିଲା। ବଡ଼ବଡ଼ ମାଟି ଖଣ୍ଡ ତଳେ ସମସ୍ତେ ଚାପି ହୋଇଯାଇଥିଲେ। ବଡ଼ଝିଅ ବର୍ଷା ଭୋଇ(୧୭)ଙ୍କ ଅବସ୍ଥା ଏବେ ଗମ୍ଭୀର ଥିବା ବେଳେ ବାପା ଭଗବାନ୍ ଭୋଇ(୩୩) ଓ ମା’ ଗୁନ ଭୋଇ(୨୯) ଆହତ ହୋଇଛନ୍ତି। ସମସ୍ତେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଭଗବାନ ଓ ତାଙ୍କ ପରିବାରକୁ ମାଟିତଳୁ ଉଦ୍ଧାର କରିଥିବା ଗ୍ରାମର ବିବୁଲାଲ ଭୋଇ, ରାଜ କିଶୋର ଦାସ, ସୁକାନ୍ତ ଦାସ ଆଦିଙ୍କ କହିବା ମୁତାବକ ରାତି ପ୍ରାୟ ୨ଟା ବେଳେ ପ୍ରଚଣ୍ଡ ଶବ୍ଦ ହେଲା। ବାହାରକୁ ଆସିବାରୁ ଭଗବାନ୍ ଚିତ୍କାର କରୁଥିଲେ। ମାଟି ତଳେ ଭଗବାନ, ଗୁନଙ୍କ ସମେତ ତାଙ୍କ ପୁଅ ଓ ଝିଅ ବର୍ଷା, ଓଁ ପ୍ରକାଶ(୧୪), ପୂଜା(୧୧), ଲିଜା(୧୦) ମଧ୍ୟ ଚାପି ହୋଇ ରହିଥିଲେ। ଗାଁ ଲୋକ ସମସ୍ତଙ୍କୁ ଉଦ୍ଧାର କରିଥିଲେ।
କାନ୍ଥ ଭୁଶୁଡ଼ି, ୩ ଗୁରୁତର
Advertisment
Follow Us