ରାଜଧାନୀରେ ବଢ଼ୁଛି ଭାଇଗିରିକୁ ନେଇ ହତ୍ୟାକାଣ୍ଡ, ଗତ ଏକ ମାସ ୩ଟି ହତ୍ୟାକାଣ୍ଡ

ରାଜଧାନୀରେ ବଢ଼ୁଛି ଭାଇଗିରିକୁ ନେଇ ହତ୍ୟାକାଣ୍ଡ, ଗତ ଏକ ମାସ ୩ଟି ହତ୍ୟାକାଣ୍ଡ

dnaindia.com

ଭୁବନେଶ୍ବର: ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅମରେଶ ନାୟକ ହତ୍ୟାକାଣ୍ଡ ପଛରେ ଭାଇଗିରି ହିଁ ମୁଖ୍ୟ କାରଣ। ଅମରେଶର ପ୍ରଭାବ ଦିନକୁ ଦିନ ସ୍ଥାନୀୟ ଅଞ୍ଚଳରେ ବୃଦ୍ଧି ପାଇବାରେ ଲାଗିଥିଲା। ଯାହାକୁ ସହ୍ୟ କରି ପାରୁ ନ ଥିଲେ ସ୍ଥାନୀୟ ଯୁବକ। ସେମାନେ ଅମରୋକୁ ‘ଭାଇ’ ମାନିବା ପରିସ୍ଥିତିରେ ନ ଥିଲେ। ତେଣୁ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟାଇଦେଲେ।

ତେବେ କେବଳ ସୁନ୍ଦରପଦାର ଅମରେଶ ନାୟକ ହତ୍ୟାକାଣ୍ଡ କାହିଁକି, ରାଜଧାନୀରେ ଏବେ କଟକ ଭଳି ଭାଇଗିରି ପାଇଁ ହତ୍ୟାକାଣ୍ଡ ଭଳି ଘଟଣା ବଢ଼ିବାରେ ଲାଗିଲାଣି। ନିଜ ନିଜ ଅଞ୍ଚଳରେ ଦବଦବା ଦେଖାଇବାକୁ ଯାଇ କେହି ଯୁବକ ହତ୍ୟାର ଶିକାର ହେଉଛି ତ ନଚେତ ହତ୍ୟାକାଣ୍ଡ ଭିଆଉଛି। ବିଶେଷକରି ରାଜଧାନୀ ସ୍ଥାନୀୟ ଆର୍ଥାତ ଗାଁର ଯୁବକ ଓ ତାର ଆଖପାଖ କଲୋନି ଯୁବକମାନଙ୍କ ମଧ୍ୟରେ ଏଭଳି ବିବାଦ ଲାଗି ରହୁଛି। ପରବର୍ତୀ ସମୟରେ ଏହା ଉଗ୍ରରୂପ ଧାରଣ କରୁଛି।

ଗତ ଏକ ମାସ ମଧ୍ୟରେ ଭାଇଗିରି ପାଇଁ ରାଜଧାନୀ ଓ ଏହାର ଉପକଣ୍ଠରେ ୩ଟି ହତ୍ୟାକାଣ୍ଡ ଘଟି ସାରିଲାଣି। ମଞ୍ଚେଶ୍ବର ଥାନା ଅଧୀନ ରଂଗମାଟିଆ ଗାଁର ଦୀପକ ବେହେରା ହତ୍ୟାକାଣ୍ଡ ହେଉ କିମ୍ବା ବାଲିଅନ୍ତା ଥାନା ଅଧୀନ ସାଗର ଓରଫ ପ୍ରକାଶ ରାୟ ହତ୍ୟାକାଣ୍ଡ ସବୁ ଘଟଣା ପଛର ମୂଳ କାରଣ ହେଉଛି ଭାଇଗିରି। ପୁଲିସ ଅବଶ୍ୟ ଏହି ଦୁଇଟି ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିସାରିଛି।

ଏ ସମ୍ପର୍କରେ ଜଣେ ପୁଲିସ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଏବେ ରାଜଧାନୀର ଯୁବପିଢ଼ି କେହି କାହାରିକୁ ମାନିବା ପରିସ୍ଥିତି କିମ୍ବା କାହା ନିକଟରେ କେହି ମୁଣ୍ଡ ନୁଆଁଇବାକୁ ଚାହୁଁ ନାହାନ୍ତି। ଫଳରେ ଏଭଳି ହତ୍ୟାକାଣ୍ଡ ଘଟୁଛି। ଯାହାକୁ ଭିତିରି ସମର୍ଥନ କରୁଛନ୍ତି କେତେକ ରାଜନେତା। ରାଜନେତାମାନେ ମଧ୍ୟ ନିଜ ସ୍ବାର୍ଥ ପାଇଁ କେତେବେଳେ ଗାଁର ଯୁବକମାନଙ୍କ ସପକ୍ଷରେ ରହିଲେଣି ତ ଆଉ କେତେବେଳେ କଲୋନିର ଯୁବକମାନଙ୍କ ସହିତ। ଯେଉଁଠି ଅଧିକ ଯୁବ ସଂଗଠନ ସେହି ଗୋଷ୍ଠୀ ପଛରେ ରହୁଛନ୍ତି ରାଜନେତା। ବିଭିନ୍ନ ସମୟରେ ଏହି ଯୁବକମାନେ ଗଣ୍ଡଗୋଳ କରୁଥିଲେ ମଧ୍ୟ ପୁଲିସ ଏହି ରାଜନେତାଙ୍କ ଚାପରେ ପଡ଼ି ସେମାନଙ୍କୁ ଥାନାରୁ ହିଁ ଛାଡ଼ି ଦେଇଥାଏ। ଏହାଛଡ଼ା ଏବେ ରାଜଧାନୀରେ ଖଟି ଟ୍ରେଣ୍ଡ ବଢ଼ି ଚାଲିଛି। ରାତି ବଢ଼ିଲେ ଭୋଜିଭାତ କରିବା ସହିତ ନିଶା ସେବନ କରୁଛନ୍ତି। ଗୋଟିଏ ଗୋଷ୍ଠୀର ଖଟି ପିଲାଙ୍କୁ କେହି କିଛି କହିଲେ ସେ ଫୋନ କରି ତା ସାଙ୍ଗ ସାଥୀମାନଙ୍କୁ ଡକାଇ ମାରପିଟ ଓ ଗଣ୍ଡଗୋଳ କରାଉଛନ୍ତି। ଫଳରେ ଘଟଣା ଉଗ୍ରରୂପ ଧାରଣ କରିଛି। କଥା ହତ୍ୟାକାଣ୍ଡ ପର୍ଯ୍ୟନ୍ତ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe