୩ ଲୁଟେରା ଗିରଫ, ୩ ଲକ୍ଷ ଟଙ୍କାର ୧୪ ସାଇକେଲ୍‌ ଜବତ

Advertisment
ମଟର ପମ୍ପ ଚୋରି ଅଭିଯୋଗରେ ୩ ଗିରଫ, କୋର୍ଟ ଚାଲାଣ

Image Courtesy of Times of India

ଭୁବନେଶ୍ବର: ଦାମୀ ସାଇକେଲ୍‌ ଚୋରି କରୁଥିବା ଏକ ୩ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଲକ୍ଷ୍ମୀସାଗର ଥାନା ପୁଲିସ ଠାବ କରିଛି। ସେମାନେ ହେଲେ, ସହିଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିର ଟୁକୁନା ବିଶୋଇ ଓରଫ ମୁନା(୪୮), ମଞ୍ଚେଶ୍ବର ଥାନା ଝରଣାବସ୍ତିର କ୍ଷମା ସାହୁ(୨୮) ଏବଂ ଇଲାଇଟ୍‌ ପ୍ରେସ୍‌ ଅଞ୍ଚଳର କେଶବ ସ୍ବାଇଁ(୨୬)। ପୁଲିସ ସେମାନଙ୍କଠାରୁ ପ୍ରାୟ ୩ ଲକ୍ଷ ଟଙ୍କା ମୂଲ୍ୟର ୧୪ଟି ଦାମୀ ସାଇକେଲ୍‌ ଜବତ କରିଛି।

ସୂଚନା ମୁତାବକ, ଗତ ୧୯ ତାରିଖରେ ଅଭିଯୁକ୍ତମାନେ ଲକ୍ଷ୍ମୀସାଗର ଅଞ୍ଚଳର ଶ୍ରୀନିବାସ ରାଓଙ୍କ ଗେଟ୍‌ ତାଲା ଭାଙ୍ଗି ୫୦ ହଜାର ଟଙ୍କାର ଏକ ବ୍ୟା‌ଟେରିଚାଳିତ ସାଇକେଲ୍‌ ନେଇଯାଇଥିଲେ। ପୁଲିସ୍‌ ସିସିଟିଭି ଫୁଟେଜ୍‌ରୁ ସେମାନଙ୍କୁ ଠାବ କରିଥିଲା। ଗତ ରାତିରେ ପୁଲିସ ଶାନ୍ତିପଲ୍ଲୀ ବସ୍ତିରେ ଚଢ଼ଉ କରି ଟୁକୁନାକୁ ଉଠାଇ ନେଇଥିଲା। ସେଠାରୁ ପୁଲିସ୍‌କୁ ୫ଟି ଦାମୀ ସାଇକେଲ୍‌ ମିଳିଥିଲା। ପରେ କ୍ଷମା ଓ କେଶବକୁ ଗିରଫ କରିବା ସହ ଆଉ ୯ଟି ସାଇକେଲ୍‌ ଜବତ କରିଥିଲା। ଗ୍ୟାଙ୍ଗରେ ଅନ୍ୟ ମାନଙ୍କ ସମ୍ପୃକ୍ତି ଥିବା ନେଇ ପୁଲିସ ସନ୍ଦେହ କରିଛି। ସେମାନଙ୍କୁ ଗିରଫ ପାଇଁ ତନାଘନା ଜାରି ରଖିଛି। ପୁଲିସ୍‌ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ଏହି ଅଭିଯୁକ୍ତମାନେ ଦାମୀ ସାଇକେଲ୍ ଚୋରି କରିବା ସହ ତାକୁ ବଜାରରେ ଶାଗମାଛ ଦରରେ ବିକି ଦେଉଥିଲେ।

୩ ଚୋରି ବାଇକ୍‌ ଜବତ, ଲୁଟେରା ଗିରଫ

ବାଲିଅନ୍ତା: ତ୍ରିନାଥ ବଜାର ସାପ୍ତାହିକ ହାଟରୁ ୩ଟି ବାଇକ ଚୋରି ମାମଲାରେ ପାହାଳ ଥାନା ପୁଲିସ ଆଜି ଜଣେ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଲୁଟେରା ହେଲା ଜଗନ୍ନାଥପୁର ପଞ୍ଚାୟତ ଅଞ୍ଚଳର ରାଜା ଓରଫ ଲୋକନାଥ ଭଞ୍ଜ(୩୨)। କୋର୍ଟରେ ରାଜାର ଜାମିନ ଖାରଜ ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି। ସୂଚନା ଅନୁସାରେ ରାଜା ତ୍ରିନାଥ ବଜାର ହାଟଦିନ ସେଠାରୁ ୩ଟି ବାଇକ୍‌ ଲୁଟି ନେଇଥିଲା। ଏ ସଂପର୍କରେ ଲୁଟ୍‌ର ଶିକାର ବ୍ୟକ୍ତିମାନେ ପାହାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ଆଜି ଥାନା ଅଧିକାରୀ ସୁଚିତ୍ରା ପରିଡ଼ା ରାଜାକୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ସତ ମାନି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe