Times of India
ଭୁବନେଶ୍ବର: ଭରତପୁର, ଖଣ୍ଡଗିରି ଓ ମଞ୍ଚେଶ୍ବର ଥାନା ପୁଲିସର ମିଳିତ ଉଦ୍ୟମରେ ଆଜି ୩ ପେସାଦାର ଲୁଟେରା ଗିରଫ ହୋଇଛନ୍ତି। ସେମାନେ ହେଲେ ଗଞ୍ଜାମ ଖଲ୍ଲିକୋଟର ଅଶୋକ ଦାସ, ଯାଜପୁର ଜଖପୁରାର ଗଣେଶ ପ୍ରଧାନ ଓ ଭଞ୍ଜନଗରର ସଞ୍ଜୟ ନାୟକ। ସେମାନଙ୍କ ଠାରୁ ୧୪ ମୋବାଇଲ୍, ଗୋଟିଏ ବାଇକ୍, ଏଟିଏମ୍ ଓ କିଛି ଗହଣା ଜବତ କରାଯାଇଛି।
ଖବର ଅନୁସାରେ ଗତକାଲି ଭରତପୁର ଥାନା ପୁଲିସ ନୂଆଗାଁ ଛକରେ ପାଟ୍ରୋଲିଂ କରୁଥିବା ବେଳେ ସଂଜୟ ଧରାପଡ଼ିଥିଲା।
ତା’ପାଖରୁ ୯ଟି ମୋବାଇଲ୍ ମିଳିଥିଲା। ଜଗନ୍ନାଥବିହାରରେ ରହୁଥିବା ସଂଜୟ ରାଜଧାନୀର ବିଭିନ୍ନ ଥାନା ଅଞ୍ଚଳରୁ ଲୁଟ୍ପାଟ୍ କରୁଥିବା ପୁଲିସ ସୂଚନା ଦେଇଛି। ସେହିଭଳି ଏମ୍ସରୁ ରୋଗୀ ସଂପର୍କୀୟଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ଲୁଟ୍ପାଟ୍ କରୁଥିବା ଗଣେଶକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ଗତକାଲି ସକାଳେ ନୂଆଗାଁର ସୋନାଲି ମହାରଣା ତାଙ୍କ ସ୍ବାମୀଙ୍କୁ ନେଇ ଏମ୍ସ ଆସିଥିବା ବେଳେ ତାଙ୍କ ମନିପର୍ସ, ଏଟିଏମ୍ କାର୍ଡ ଓ ମୋବାଇଲ୍ ଚୋରି ହୋଇଥିଲା। ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ତା’କୁ ଗିରଫ କରିଛି। ଆଜି ସକାଳେ ମଞ୍ଚେଶ୍ବର ଧୀରକୁଟି ବସ୍ତିର ସୁବ୍ରିନା ସାହୁ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ବେଳେ ଜଣେ ତାଙ୍କୁ ଅଶୋକ ପଛରୁ ଧକ୍କା ଦେଇ ମୋବାଇଲ୍ ଝାମ୍ପି ନେଇଥିଲା। ଏନେଇ ସେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ।
Follow Us