ହାଇୱା ଧକ୍କାରେ ୩ ଗୁରୁତର

Advertisment
ହାଇୱା ଧକ୍କାରେ ୩ ଗୁରୁତର

ଭୁବନେଶ୍ୱର: ଜୟଦେବବିହାର ଛକ ନିକଟରେ ଆଜି ବିଳମ୍ବିତ ରାତିରେ ଏକ ଦୁର୍ଘଟଣାରେ ୩ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ପରିଚୟ ମିଳିପାରିନାହିଁ। ନୟାପଲ୍ଲୀ ଥାନା ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଛି। ସେମାନଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାଯାଇଛି। ଦୁର୍ଘଟଣା ଘଟାଇଥିବା ହାଇୱାକୁ ଜବତ କରିବା ସହ ଚାଳକକୁ ଅଟକ ରଖି ପୁଲିସ୍‌ ପଚରାଉଚରା କରୁଛି। ପୁଲିସ୍‌ ସୂଚନାନୁଯାୟୀ, ଆଜି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ୩ଜଣ ଯୁବକ ଏକ ସ୍କୁଟିରେ ଜୟଦେବ ବିହାର ଛକ ଅତିକ୍ରମ କରୁଥିବା ବେଳେ ଏକ ହାଇୱା ସେମାନଙ୍କୁ ଧକ୍କା ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe