ଗର୍ଭବତୀ ମହିଳାଙ୍କ ସେବା କରି ଚର୍ଚ୍ଚାରେ ରାଜଧାନୀର ୩ ଟ୍ରାଫିକ ପୁଲିସ

ଗର୍ଭବତୀ ମହିଳାଙ୍କ ସେବା କରି ଚର୍ଚ୍ଚାରେ ରାଜଧାନୀର ୩ ଟ୍ରାଫିକ ପୁଲିସ

ଭୁବନେଶ୍ବର: ରାଜଧାନୀର ୩ ଜଣ ଟ୍ରାଫିକ ପୁଲିସଙ୍କ ମହାନତା ଏବେ ଚର୍ଚ୍ଚାର ବିଷୟ ହୋଇଛି। ମାଆ ଭଳି କୋଳରେ ବସାଇ ଅଚେତ ମହିଳାଙ୍କୁ ଆଶୁ ଚିକିତ୍ସା କଲେ ମହିଳା ଟ୍ରାଫିକ କନେଷ୍ଟବଳ। ଓଆରଏସ ଓ ପାଣି ପିଆଇ ଗର୍ଭବତୀ ମହିଳାଙ୍କୁ ସାହାଯ୍ୟ କରିଛନ୍ତି ତିନି ଟ୍ରାଫିକ କର୍ମଚାରୀ। ଏହି ତିନି କନଷ୍ଟେବଳ ହେଉଛନ୍ତି ସରୋଜ କୁମାର ପୃଷ୍ଟି, ଲାଲ ମୋହନ ବିଶ୍ୱାଳ ଓ ସୁମିତ୍ରା ବେହେରା।

ସୂଚନା ଅନୁଯାୟୀ, ଏୟାରପୋର୍ଟ ଛକରେ ଡ୍ୟୁଟି କରିଥିବା ସମୟରେ ହଠାତ ଜଣେ ଗର୍ଭବତୀ ମହିଳା ରାସ୍ତା ଉପରେ ଅଚେତ ହୋଇ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ଦେଖେଣାହାରୀ ସାଜିଥିବା ବେଳେ, ଟ୍ରାଫିକ ପୋଷ୍ଟରେ ଥିବା କର୍ମଚାରୀମାନେ ମିଶି ମହିଳାଙ୍କୁ ହସ୍ପିଟାଲ ପଠାଇବାର ବ୍ୟବସ୍ଥା କରିଥିଲେ। ଏପରିକି ଖାଇବା ପାଇଁ ଟଙ୍କା ମଧ୍ୟ ଦେଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe