ଜଟଣୀ ଫେରିଲେ କରମଣ୍ଡଳ ଏକ୍ସପ୍ରେସ୍‌ର ୩ ଟିଟିଇ

Advertisment

ଭୁଲିପାରୁନାହାନ୍ତି ଲୋମଟାଙ୍କୁରା ଦୃଶ୍ୟ

ଭୁଲିପାରୁନାହାନ୍ତି ଲୋମଟାଙ୍କୁରା ଦୃଶ୍ୟ

ଜଟଣୀ ଫେରିଲେ କରମଣ୍ଡଳ ଏକ୍ସପ୍ରେସ୍‌ର ୩ ଟିଟିଇ

The Financial Express

ଜଟଣୀ: ଦୁର୍ଘଟଣା ବେଳେ କରମଣ୍ଡଳ ଏକ୍ସପ୍ରେସ୍‌ରେ ଡ୍ୟୁଟି କରୁଥିବା ଜଟଣୀର ୩ ଟିଟିଇ ସୁରକ୍ଷିତ ଅବସ୍ଥାରେ ଫେରିଛନ୍ତି। ସାମାନ୍ୟ ଆହତ ହୋଇଥିବା ଏହି ତିନି ଟିଟିଇ ହେଲେ ଯୁଧିଷ୍ଠିର ସାହୁ, ବିଜୟ ମହାନ୍ତି ଓ ଜେକେ ହେମ୍ବ୍ରମ୍‌। ସେଦିନ ବିଜୟ ବି -୧ ବଗିରେ ଡ୍ୟୁଟି କରୁଥିବା ବେଳେ ଯୁଧିଷ୍ଠିର ବି -୯ ଓ ହେମ୍ବ୍ରମ୍ ବି -୮ ବଗିରେ ଡ୍ୟୁଟି କରୁଥିଲେ। ଘଟଣାର ତଦନ୍ତ ଚାଲିଥିବାରୁ ସେମାନଙ୍କୁ ଖଡ଼ଗପୁର ଯିବାକୁ ରେଳ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଶୁକ୍ରବାର କାଳ ସଂଧ୍ୟାର କଥା କହିବା ବେଳେ ଯୁଧିଷ୍ଠିର ବେଶ୍‌ ବିଚଳିତ ହୋଇପଡ଼ୁଥିଲେ। ଆଜି ବି ସେ ‌ସେହି ଲୋମଟାଙ୍କୁରା ଦୃଶ୍ୟ ଭୁଲି ପାରୁନାହାନ୍ତି ବୋଲି କହିଛନ୍ତି। ସେ କହିଛନ୍ତି ଯେ ଘଟଣା ବେଳେ ସେ ବି-୯ ବଗିରେ ଡ୍ୟୁଟି କରୁଥିଲେ। ହଠାତ୍ ଏକ ବିକଟାଳ ଶବ୍ଦ ହେଲା ଏବଂ ସେ ମୁହଁ ମାଡ଼ି ତଳେ ପଡ଼ିଗଲେ। ତାଙ୍କ ଉପରେ କିଛି ଯାତ୍ରୀ ପଡ଼ିଗଲେ। ତାଙ୍କ ମୁଁହ, ହାତ ଓ ଗୋଡ଼ରେ ଆଘାତ ଲାଗିଥିଲା। ସୌଭାଗ୍ୟକୁ ବଗିଟି ଓଲଟିନଥିଲା। ତେଣୁ ପଡ଼ିଉଠି ବଡ଼ କଷ୍ଟରେ ସେ ଓ କିଛି ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇଗଲେ। ବାହାରେ ଘନ ଅନ୍ଧାର ଭିତରୁ ଭାସିଆସୁଥିଲା ଆର୍ତ୍ତ ଚିତ୍କାର। ସେତେବେଳକୁ କିଛି ଆହତ ଯାତ୍ରୀ ରେଳ ଧାରଣାରେ ବସି ଚିତ୍କାର କରୁଥିଲେ ଏବଂ ମେଡିକାଲ ନେଇଯିବାକୁ ବିକଳ ହୋଇ ଡାକପକାଉଥିଲେ। ସେ ତୁରନ୍ତ ରେଲୱେ କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ୍‌ କରିଥିଲେ। ଅନ୍ଧାରରେ ଟ୍ରେନ୍‌ର ପଛ ବଗି ସବୁ ଦେଖାଯାଉନଥିଲେ ହେଁ ସବୁ ଛିନ୍ନଛତ୍ର ହୋଇ ପଡ଼ିଥିବା ସ୍ପଷ୍ଟ ଜଣାପଡ଼ୁଥିଲା। କିଛି ସମୟ ପରେ ପୁଲିସ କର୍ମଚାରୀମାନେ ତାଙ୍କ ପାଖରେ ପହଞ୍ଚି ଯାଇଥିଲେ ଏବଂ ତାଙ୍କୁ ଡାକ୍ତରଖାନା ପଠାଇ ଦେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଘରକୁ ପଠାଇଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe