ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ମୁଣ୍ଡହଣା ପାଟଣା ଗ୍ରାମର ଜଣେ ୩ ବର୍ଷର ଶିଶୁ କନ୍ୟା ନିଖୋଜ ହୋଇଯାଇଛ। ପରିବାର ଲୋକେ ଝିଅକୁ ବହୁ ଖୋଜାଖୋଜି କରି ଏଯାବତ୍ ନ ପାଇବାରୁ ଚିନ୍ତାରେ ଅଛନ୍ତି।
ସୂଚନା ଅନୁସାରେ, ଅଜୟ ମୁଦୁଲିଙ୍କ ୩ ବର୍ଷର ଝିଅ ଗତକାଲି ସନ୍ଧ୍ୟା ବେଳେ ଘର ପାଖରେ ଖେଳୁଥିଲା। ଝିଅକୁ ଖେଳୁଥିବାର ପରିବାର ଲୋକେ ଦେଖିଛନ୍ତି। କିନ୍ତୁ ହଠାତ କିଛି ସମୟ ପରେ ଝିଅକୁ ଖୋଜି ପାଇ ନଥିଲେ। ସନ୍ଦେହ କରି ଘର ପାଖରେ ଥିବା କେନାଲରେ ଅଗ୍ନିଶମ ବାହିନୀ ଏବଂ ପୁଲିସ ପହଞ୍ଚି ବହୁ ଖୋଜା ଖୋଜି କରିଥିଲେ, ମାତ୍ର ଏଯାଏଁ ଝିଅର ପତ୍ତା ମିଳିନାହିଁ।
ଅନ୍ୟପକ୍ଷରେ ଝିଅକୁ କେହି ଅପହରଣ କରି ନେଇ ଯାଇଥିବା ସନ୍ଦେହ ହେଉଛି। ଯଦି କୌଣସି ବ୍ୟକ୍ତି ଝିଅର ସନ୍ଧାନ ପାଆନ୍ତି ତେବେ ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ଙ୍କ ଫୋନ ନଂ ୮୭୬୩୮୩୮୫୫୦ରେ ଜଣାଇବା ପାଇଁ କହିଛନ୍ତି।
୩ ବର୍ଷର ଶିଶୁକନ୍ୟା ନିଖୋଜ, ଚିନ୍ତାରେ ପରିବାର
Advertisment
Follow Us