୩ ଜୋନ୍‌ ଅଧିକାରୀ ବଦଳିଲେ: ଗୋଟିଏ ଜୋନ୍‌ରେ ୨ ଡେପୁଟି କମିସନର

Advertisment

ଖୁବ୍‌ଶୀଘ୍ର ୬ ଜୋନ୍‌

ଖୁବ୍‌ଶୀଘ୍ର ୬ ଜୋନ୍‌

ବିଏମ୍‌ସି ଉପରେ ମାମଲା ବୋଝ: ମାର୍ଚ୍ଚ ମାସରେ ୯ କୋର୍ଟ ଅବମାନନା ମାମଲାର ଶୁଣାଣି

ଭୁବନେଶ୍ବର: ବିଏମ୍‌ସିରେ ବଡ଼ ଧରଣର ପରିବର୍ତ୍ତନ ହୋଇଛି। ତିନି ଜୋନ୍‌ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ପରିବର୍ତ୍ତନ କରାଯାଇଛି। ତାଙ୍କ ଜାଗାରେ ନୂଆ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ବଡ଼କଥା ହେଉଛି ପ୍ରତି ଜୋନ୍‌ରେ ଦୁଇ ଦୁଇ ଜଣ ଡେପୁଟି କମିସନରଙ୍କୁ ଦାୟିତ୍ବ ଦିଆଯାଇଛି। ପୂର୍ବରୁ ଜୋନାଲ୍‌ ଡେପୁଟି କମିସନର(ଜେଡ୍‌ଡିସି) ଜୋନ୍‌ର ମୁଖ୍ୟ ରହୁଥିଲେ। ତାଙ୍କ ଅଧୀନରେ ଅନ୍ୟ କର୍ମଚାରୀମାନେ ରହୁଥିଲେ। କିନ୍ତୁ ପ୍ରଥମ ଥର ପାଇଁ ଗୋଟିଏ ପାହ୍ୟାର ଦୁଇ ଜଣ ଅଫିସରଙ୍କୁ ଗୋଟିଏ ଜୋନ୍‌ରେ ରଖାଯାଇଛି। ରାଜଧାନୀର କଳେବର ବଢ଼ୁଥିବାରୁ ଜନସାଧାରଣଙ୍କୁ ସହଜରେ ସେବା ଯୋଗାଇ ଦେବାପାଇଁ ବିଏମ୍‌ସିକୁ ୬ ଜୋନ୍‌ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ସରକାର ବିଏମ୍‌ସିର ଏହି ପ୍ରସ୍ତାବକୁ ମୋହର ମାରିବା ସହ ନିକଟ ଅତୀତରେ ୬ ଜୋନ୍‌ ପାଇଁ ଆବଶ୍ୟକ ପଦବୀକୁ ମଞ୍ଜୁର କରିଛନ୍ତି। କିନ୍ତୁ ବିଜ୍ଞପ୍ତି ମୁତାବକ ଶତପ୍ରତିଶତ ଅଫିସର ବା କର୍ମଚାରୀ ଆସିନାହାନ୍ତି। ସେଥିପାଇଁ ଏହି ଡେପୁଟି କମିସନର ଓ ସହକାରୀ କମିସନରଙ୍କୁ ତିନି ଜୋନ୍‌ରେ ଅବସ୍ଥାପିତ କରାଯାଇଛି। ଶତ ପ୍ରତିଶତ କର୍ମଚାରୀ ଉପଲବ୍ଧ ହେଲେ ବିଧିବଦ୍ଧ ଭାବରେ ୬ ଜୋନ୍‌ କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡ଼ିଛି। ତା’ ଛଡ଼ା ପ୍ରତ୍ୟେକ ଜୋନ୍‌କୁ ଦୁଇଭାଗ କରାଯିବ। ଗୋଟିଏ ଭାଗରେ କେଉଁ କେଉଁ ଅଞ୍ଚଳ ରହିବ ସେ ନେଇ ମଧ୍ୟ ପ୍ରସ୍ତୁତି ଚାଲିଛି। ସେ ନେଇ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏହା ପରେ ୬ ଜୋନ୍‌ କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଉଛି।

ଦକ୍ଷିଣ-ପଶ୍ଚିମ ଜୋନ୍‌ରୁ ରବିନାରାୟଣ ଜେଠୀଙ୍କର ବଦଳି ହେବା ପରେ ରୋଶନ ଶତପଥୀ ଏହି ଜୋନ୍‌ର ଜେଡ୍‌ଡିସି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ନୂଆ କରି ବିଏମ୍‌ସିରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଏହି ଜୋନ୍‌ରେ ଡେପୁଟି କମିସନର ଭାବରେ ଦାୟିତ୍ବ ନେଇଛନ୍ତି ସ୍ନେହଲତା ଆଚାର୍ଯ୍ୟ। ପୂର୍ବରୁ ସେ ଦକ୍ଷିଣପୂର୍ବ ଜୋନ୍‌ରେ ଡେପୁଟି କମିସନର ଭାବରେ କାମ କରୁଥିଲେ। ପୁରନ୍ଦର ନନ୍ଦ ଉତ୍ତର ଜୋନ୍‌ ଜେଡ୍‌ଡିସି ଦାୟିତ୍ବରେ ଥିଲେ। ତାଙ୍କର ପ୍ରଥମେ ସ୍ମାର୍ଟ ସିଟିକୁ ମହାପ୍ରବନ୍ଧକ ଭାବରେ ବଦଳି ହୋଇଥିଲା। ହେଲେ ସେ ଯାଇନଥିଲେ। ଗତ ମାସ ୨୫ ତାରିଖରେ ଏହି ଆଦେଶରେ ପରିବର୍ତ୍ତନ କରାଯାଇ ସ୍ମାର୍ଟ ସିଟି ଜିଏମ୍‌ ସହ ବିଏମ୍‌ସି ଡେପୁଟି କମିସନର ଦାୟିତ୍ବ ଦିଆଯାଇଥିଲା। ଏହି ନୂଆ ଆଦେଶ ପରେ ତାଙ୍କୁ ଉତ୍ତର ଜୋନ୍‌ ଦାୟିତ୍ବରୁ ଅବ୍ୟାହତି ଦିଆଯାଇ ରାସ୍ତା ଓ ନଳା ଦାୟିତ୍ବ ଦିଆଯାଇଛି। ବିଏମ୍‌ସିରେ ପ୍ରଥମ ଥର ପାଇଁ ନଳା ଓ ରାସ୍ତା ଦାୟିତ୍ବରେ ଜଣେ ଓଏଏସ୍‌ ଅଫିସର ରହିଛନ୍ତି। ବିଶେଷକରି ନଳା ସମସ୍ୟା ଯୋଗୁ ସହର ଜଳମଗ୍ନ ହେଉଥିବାରୁ ସ୍ବତନ୍ତ୍ର ଭାବେ ଏହା ଉପରେ ଦୃଷ୍ଟି ଦେବାକୁ ଏହି ସ୍ବତନ୍ତ୍ର ଦାୟିତ୍ବ ଦିଆଯାଇଛି। ତାଙ୍କ ଜାଗାରେ ଉତ୍ତର ଜୋନ୍‌ ଜେଡ୍‌ଡିସି ଭାବରେ ସ୍ବାଗତ ଦାସ ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ନୂଆ କରି ବିଏମ୍‌ସିରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ଆଉ ଜଣେ ଓଏଏସ୍‌ ଅଫିସର ପ୍ରିୟଦର୍ଶିନୀ ଜେନା ମଧ୍ୟ ଏହି ଜୋନ୍‌ରେ ଡେପୁଟି କମିସନର ଅଛନ୍ତି।

ରାଜସ୍ବ ଉପବିଭାଗ ଦାୟିତ୍ବରେ ଥିବା ସପନ ନନ୍ଦଙ୍କର ବଦଳି ହେବା ପରେ ପ୍ରିୟବ୍ରତ ପାଢ଼ୀଙ୍କୁ ଏହି ଉପବିଭାଗ ସହ ମେୟରଙ୍କ ଓଏସ୍‌ଡି ଭାବରେ ଦାୟିତ୍ବ ଦିଆଯାଇଛି। ସେ ପୂର୍ବରୁ ଦକ୍ଷିଣପୂର୍ବ ଜୋନ୍‌ ଜେଡ୍‌ଡିସି ଥିଲେ। ତାଙ୍କ ଜାଗାରେ ଦକ୍ଷିଣପୂର୍ବ ଜୋନ୍‌ ଜେଡ୍‌ଡିସି ଭାବରେ ଦାୟିତ୍ବ ନେଇଛନ୍ତି ରାଜଲକ୍ଷ୍ମୀ ନାୟକ। ସେ ନୂଆ କରି ବିଏମ୍‌ସିରେ ଯୋଗ ଦେଇଛନ୍ତି। ତାଙ୍କ ସହିତ ପଲ୍ଲବୀ ବେହେରା ଏହି ଜୋନ୍‌ରେ ସହକାରୀ କମିସନର ଭାବରେ ରହିଛନ୍ତି। ବିଏମ୍‌ସିରେ ନୂଆ କରି ଯୋଗ ଦେଇଥିବା ‌ଡେପୁଟି କମିସନର କାଜଲ ପ୍ରଧାନଙ୍କୁ ୱାର୍ଡ ଅଫିସ ନିର୍ମାଣ, କଞ୍ଜରଭାନ୍‌ସି ଲେନ୍‌, ଆହାର କେନ୍ଦ୍ର, ଶ୍ମଶାନ, ରେଡ୍‌କ୍ରସ୍‌ ପ୍ରଭୃତି ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe