Advertisment

ହସ୍ପିଟାଲ୍‌ରୁ ୩୦ ଲକ୍ଷ ହଡ଼ପ ଅଭିଯୋଗ: ଫେରାର୍‌ ରେଡିଏସନ୍‌ ଥେରାପିଷ୍ଟ୍‌ ଗିରଫ

Advertisment
ପୁଣେ ପୋର୍ସେ କାର୍ ଦୁର୍ଘଟଣା ମାମଲା: ଅଭିଯୁକ୍ତ ନାବାଳକର ରକ୍ତ ନମୁନା ବଦଳାଇ ୨ ଡାକ୍ତର ଗିରଫ

new indian express

ଭୁବନେଶ୍ବର: ଭରତପୁରସ୍ଥିତ ଏକ ଘରୋଇ ହସ୍ପିଟାଲ୍‌ରୁ ପ୍ରାୟ ୩୦ ଲକ୍ଷ ଟଙ୍କା ହଡ଼ପ କରି ଫେରାର୍ ହୋଇଯାଇଥିବା ଅଭିଯୁକ୍ତ ରେଡିଏସନ୍‌ ଥେରାପିଷ୍ଟ୍‌ ଧରାପଡ଼ିଛି। କଟକ ବୟାଳିଶ ମୌଜା ଶିଶୁଆ ଗାଁରୁ ଭରତପୁର ଥାନା ପୁଲିସ ଗିରଫ କରିଥିବା ଏହି ଅଭିଯୁକ୍ତ ହେଲେ ନାରାୟଣ ବେହେରା। ଅଭିଯୋଗ ହେବାର ପ୍ରାୟ ୨ ମାସ ପରେ ପୁଲିସ ତାଙ୍କୁ ଧରିବାରେ ସଫଳ ହୋଇଛି। ସେ ୩୦ ଲକ୍ଷ ଟଙ୍କାରୁ ଅଧିକ ହଡ଼ପ କରିଥିବା ଅଭିଯୋଗ ହୋଇଥିଲେ ହେଁ ସେ ୧୦ ଲକ୍ଷ ଟଙ୍କା ହଡ଼ପ କରିଥିବା ନେଇ ସ୍ବୀକାର କରିଛନ୍ତି ବୋଲି ପୁଲିସ ସୂଚନା ଦେଇଛି। ତାଙ୍କ ନିକଟରୁ ମାତ୍ର ୩୪ ହଜାର ଟଙ୍କା ଜବତ ହୋଇଛି।

ପୁଲିସ ସୂଚନା ମୁତାବକ ୨୦୧୯ ମସିହାରୁ ଅଭିଯୁକ୍ତ ନାରାୟଣ ସେହି ହସ୍ପିଟାଲ୍‌ରେ ରେଡିଏସନ୍‌ ଥେରାପିଷ୍ଟ୍‌ ଭାବେ କାର୍ଯ୍ୟକରୁଥିଲେ। ସେତେବେଳେ ସେ ରୋଗୀଙ୍କ ଚିକିତ୍ସା କରିବା ସହ ଆକାଉଣ୍ଟ ତଦାରଖ କାମ କରୁଥିଲେ। ସେ ରୋଗୀଙ୍କଠାରୁ ଚିକିତ୍ସା ବିଲ୍‌ ଆଦାୟ କରୁଥିଲେ, ମାତ୍ର ଟଙ୍କାକୁ ହସ୍ପିଟାଲ୍‌ ଆକାଉଣ୍ଟରେ ଜମା ନ କରି ନିଜେ ହଡ଼ପ କରୁଥିଲେ। ବିଭିନ୍ନ ସମୟରେ ରୋଗୀମାନେ ବିଲ୍‌ ପଇଠକୁ ନେଇ ସମସ୍ୟାରେ ପଡ଼ି ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରୁଥିଲେ। ତେଣୁ କର୍ତ୍ତୃପକ୍ଷ ଆକାଉଣ୍ଟ ଅଡିଟ୍‌ କରାଇଥିଲେ ଏବଂ ପ୍ରାୟ ୩୦ ଲକ୍ଷ ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିଥିଲା। କିନ୍ତୁ ଠିକ୍‌ ଏତିକିବେଳେ ନାରାୟଣ ଚାକିରି ଛାଡ଼ି ପଳାଇଥିଲେ। ସେ ତେଲେଙ୍ଗାନା ଯାଇ ସେଠାରେ ଏକ ଘରୋଇ ହସ୍ପିଟାଲ୍‌ରେ ଚାକିରି କରିଥିଲେ। ମୋବାଇଲ୍‌ ନମ୍ବର ବଦଳାଇ ଦେଇଥିବାରୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ତାଙ୍କ ସହ ଯୋଗାଯୋଗ କରିପାରିନଥିଲେ। ତେଣୁ ଅଗଷ୍ଟ ମାସରେ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଭରତପୁର ଥାନାରେ ଅଭିଯୋଗ କରିଥିଲେ। ସେବେଠାରୁ ଭରତପୁର ଥାନା ପୁଲିସ ନାରାୟଣଙ୍କ ଗାଁ ଶିଶୁଆରେ ବାରମ୍ବାର ଚଢ଼ଉ କରିଥିଲେ ହେଁ ତାଙ୍କୁ ଠାବ କରିବା ସମ୍ଭବ ହୋଇନଥିଲା। କିନ୍ତୁ କୌଣସି ସୂତ୍ରରୁ ଖବର ପାଇ ଆଜି ଭରତପୁର ଥାନା ପୁଲିସ ଶିଶୁଆରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe