ବ୍ୟବସାୟ କରିବାକୁ କହି କ୍ଲାସ୍ ୱାନ କଣ୍ଟ୍ରାକ୍ଟର୍‌ଙ୍କୁ ଠକେଇ, ୩୦ ଲକ୍ଷ ହଡ଼ପ କରି ଧୂର୍ତ୍ତ ଚମ୍ପଟ୍

ଭଗାମୁଣ୍ଡାର ୪ ଦୋକାନରୁ ଚୋରି

ସାଂକେତିକ ଫଟୋ

ଭୁବନେଶ୍ବର: ବ୍ୟବସାୟ କରିବାକୁ କହି ଜଣେ କ୍ଲାସ୍ ୱାନ କଣ୍ଟ୍ରାକ୍ଟର୍‌ଙ୍କ ଠାରୁ ୩୦ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ମଞ୍ଚେଶ୍ବର ଥାନାରେ ଅଭିଯୋଗ ହୋଇଛି। ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ରେ ରହୁଥିବା ଅଭିଯୋଗକାରୀ ଅଜୟ ସାହାଙ୍କ ଏତଲା ଅନୁଯାୟୀ, ଗତବର୍ଷ ନଭେମ୍ବର ମାସରେ ଅଜୟଙ୍କ ବିଜିନେସ୍ ପାର୍ଟନର୍ ସୁମିତ ପାଠୀ ମଞ୍ଚେଶ୍ବରର ବିଶ୍ବଜିତ ମହାନ୍ତିଙ୍କ ସହ ତାଙ୍କର ପରିଚିତ କରାଇଥିଲେ। ବିଶ୍ବଜିତଙ୍କର ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଜମି ଅଛି ଏବଂ ସେଠାରେ ସେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଛନ୍ତି। ତେଣୁ ଅଜୟ ତାଙ୍କୁ କିଛି ଟଙ୍କା ୨ମାସ ପାଇଁ ଧାର୍ ଦେଲେ ସେ ଜାନୁଆରି ଶେଷ ସୁଦ୍ଧା ସମସ୍ତ ଟଙ୍କା ଫେରେଇ ଦେବେ ବୋଲି ଚୁକ୍ତି କରିଥିଲେ।

ଏହିକ୍ରମରେ ବିଶ୍ବଜିତଙ୍କ ସହ ଅଜୟ ଚୁକ୍ତି କରି ୩୦ଲକ୍ଷ ଟଙ୍କା ଦେଇଥିଲେ। ବିଶ୍ବଜିତ ଟଙ୍କା ନେବା ପରେ ନିର୍ଦ୍ଧାରିତ ସମୟରେ ଅଜୟଙ୍କୁ ଟଙ୍କା ନ ଫେରାଇବାରୁ ତାଙ୍କୁ ଯୋଗାଯୋଗ କରିଥିଲେ। ବିଶ୍ବଜିତ ଆନ୍ଧ୍ରପ୍ରଦେଶରେ ଅଛନ୍ତି, ସେ ଘରକୁ ଫେରିଲେ ଟଙ୍କା ଦେବେ ବୋଲି କହି ଦିନ ପରେ ଦିନ ଗଡ଼ାଇ ଚାଲିଥିଲେ। ତେଣୁ ବାଧ୍ୟ ହୋଇ ଅଜୟ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିବା ପରେ ପୁଲିସ ବିଶ୍ବଜିତଙ୍କ ନାଁରେ ଏକ ଠକେଇ ମାମଲା ରୁଜୁ କରିଛି। ବିଶ୍ବଜିତଙ୍କର ମଞ୍ଚେଶ୍ବରସ୍ଥିତ ବାସଭବନ ସମେତ ଏକାଧିକ ସ୍ଥାନରେ ଚଢ଼ଉ କରି ପୁଲିସ ତାଙ୍କୁ ଗିରଫ କରିବାକୁ ଉଦ୍ୟମ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe