୩୦ ମହିଳା ଶ୍ରେଷ୍ଠ ଓଡ଼ିଆଣୀ

Advertisment
୩୦ ମହିଳା ଶ୍ରେଷ୍ଠ ଓଡ଼ିଆଣୀ

ଭୁବନେଶ୍ବର: ପ୍ରଶାନ୍ତି ଚାରିଟେବୁଲ୍‌ ଟ୍ରଷ୍ଟ୍‌ ଏବଂ ଅସ୍ତିତ୍ବ ପକ୍ଷରୁ ‘ଶ୍ରେଷ୍ଠ ଓଡ଼ିଆଣୀ-୨୦୨୨’ର ପୁରସ୍କାର ବିତରଣ ଉତ୍ସବ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଚଳଣୀ ଉପରେ ପର୍ଯ୍ୟବସିତ ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ପ୍ରାୟ ୪ଶହରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ମାସେ ଧରି ଅନ୍‌ଲାଇନ୍‌ ଦ୍ବାରା ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିବା ବେଳେ ବିଭିନ୍ନ ବିଭାଗରେ ମୋଟ ୩୦ଜଣ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ରାଜ୍ୟସଭା ସାଂସଦ ସୁଲତା ଦେଓ ଅନ୍ୟତମ ଅତିଥି, କଳିଙ୍ଗ ପୁସ୍ତିକ ମେଳା କମିଟିର ସମ୍ପାଦିକା ରେଣୁକା ମିଶ୍ର, ଡାକ୍ତର ସୃଷ୍ଟି ମହାପାତ୍ର, ନମିତା ଦାସ, ସୁସ୍ମିତା ପୃଷ୍ଟି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଟ୍ରଷ୍ଟ୍‌ର ଅଧ୍ୟକ୍ଷା ତପସ୍ବିନୀ ପଣ୍ଡା ସ୍ବାଗତ ଭାଷଣ ଦେଇଥିବା ବେଳେ ଅସ୍ତିତ୍ବର ସଂପାଦିକା ମମତା ଦାସ ମଞ୍ଚ ପରିଚାଳାନା କରିଥିଲେ। ଏହି ଅବସରରେ ଲେଖିକା ବାସନ୍ତୀ ମହାନ୍ତି, ଯୋଗ‌ଗୁରୁ ବି. ରାମଲକ୍ଷ୍ମୀ, ଲୋକୋ ପାଇଲଟ୍‌ ପ୍ରଜ୍ଞା ଦାସ ଓ ରଶ୍ମି ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବେଦମତୀ ମହାନ୍ତି ଧନ୍ୟବାଦ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଗୀତ ଏବଂ ନୃତ୍ୟ ସଂସ୍ଥା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe