୨୦୩ ଦିନ ପରେ ଖୋଲିଲା ନନ୍ଦନକାନନ, ପ୍ରଥମ ଦିନରେ ବୁଲିଲେ ୩୦୬ ପର୍ଯ୍ୟଟକ

Advertisment
୨୦୩ ଦିନ ପରେ ଖୋଲିଲା ନନ୍ଦନକାନନ, ପ୍ରଥମ ଦିନରେ ବୁଲିଲେ ୩୦୬ ପର୍ଯ୍ୟଟକ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ଲାଗି ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ ସ୍ଥାନ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ଆଜି ୨୦୩ ଦିନ ପରେ ଖୋଲିଛି। ପ୍ରଥମ ଦିନରେ ମାତ୍ର ୩୦୬ ଜଣ ପର୍ଯ୍ୟଟକ ବୁଲିଛନ୍ତି। ପର୍ଯ୍ୟଟକମାନଙ୍କ ମଧ୍ୟରୁ ୨୭୫ ଜଣ କାଉଣ୍ଟର ମାଧ୍ୟମରେ ଟିକେଟ୍‌ କିଣିଥିଲେ। କିନ୍ତୁ ଜଣ ୩୧ ଜଣ ପର୍ଯ୍ୟଟକ ଅନ୍‌ଲାଇନ୍‌ ମାଧ୍ୟମରେ ଟିକେଟ୍‌ କିଣିଥିଲେ। ନନ୍ଦନକାନନର ଉପ ନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ବଟାନିକାଲ ଗାର୍ଡେନ୍‌କୁ ଆଜି ୩୯ ଜଣ ପର୍ଯ୍ୟଟକ ବୁଲିବାକୁ ଯାଇଥିଲେ।

publive-image

ପର୍ଯ୍ୟଟକଙ୍କ ଲାଗି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କରୋନା କଟକଣାକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କୁ ସୁରକ୍ଷିତଭାବେ ବୁଲାଇବା ପାଇଁ ସବୁ ପ୍ରକାର ଯୋଜନା ପ୍ରସ୍ତୁତ କରାଯାଇଥିଲା। ଟିକେଟ୍‌ କାଉଣ୍ଟରଠାରୁ ଆରମ୍ଭ କରି ପ୍ରାଣୀ ଖୁଆଡ଼ ପର୍ଯ୍ୟନ୍ତ ସବୁଠାରେ ଯେମିତି ସାମାଜିକ ଦୂରତା ବଜାୟ ରହିବ, ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

ନନ୍ଦନକାନନ ପରିସରକୁ ବିଶୋଧନ କରିବା ଲାଗି ଯଥେଷ୍ଟ ପରିମାଣର ହାତ ମେସିନ୍‌ ଓ ୨ଟି ବିଦ୍ୟୁତ ଚାଳିତ ସିଞ୍ଚନ ମେସିନ୍‌ ଲଗାଯାଇଛି। ସେହିଭଳି ପର୍ଯ୍ୟଟକଙ୍କ ଶରୀର ତାପମାତ୍ରା ମାପି ଭିତରକୁ ଛାଡ଼ିବା ପାଇଁ ତାପମାତ୍ରା ମାପକ ଯନ୍ତ୍ର ରଖାଯାଇଛି। ପର୍ଯ୍ୟଟକଙ୍କୁ ବାଧ୍ୟତାମୂଳକଭାବେ ମୁହଁରେ ମାସ୍କ ଲଗାଇ ଧାଡ଼ି ବାନ୍ଧି ସାମାଜିକ ଦୂରତା ରକ୍ଷା କରି ବୁଲି ଦେଖିବାକୁ ପଡ଼ିବ। ଖିଲାପ କଲେ ଜରିମାନା କରାଯିବ ବୋଲି ସୂଚନା ଦିଆଯାଇଛି।

publive-image

ସୂଚନାଯୋଗ୍ୟ, କରୋନା ଭାଇରସ୍‌ ମହାମାରୀ ଯୋଗୁ ନନ୍ଦନକାନନକୁ ଗତ ମାର୍ଚ୍ଚ ୧୫ ତାରିଖ ଠାରୁ ବନ୍ଦ ରଖାଯାଇଥିଲା। ଅନ୍‌ଲକ୍‌-୫ ଲାଗୁ ହେବା ପରେ ଆଜି ସକାଳ ୮ଟାରୁ ସନ୍ଧ୍ୟା ଯାଏଁ ପର୍ଯ୍ୟଟକମାନେ ନନ୍ଦନକାନନ ଭିତରେ ବୁଲିଥିଲେ। ପର୍ଯ୍ୟଟକମାନେ ବହୁ ଦିନ ପରେ ପ୍ରାଣୀ ଉଦ୍ୟାନ ଭିତରକୁ ଯାଇ ବୁଲିଥିବାରୁ ଏଠାରେ ଥିବା ଜୀବଜନ୍ତୁମାନେ ଅନ୍ୟମନସ୍କ ରହୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe