ଭୁବନେଶ୍ବରରେ ୩୦୭ ଜଣ କରୋନା ପଜିଟିଭ୍, ସୁସ୍ଥ ହେଲେ ୬୨ ଆକ୍ରାନ୍ତ

ଭୁବନେଶ୍ବରରେ ୩୦୭ ଜଣ କରୋନା ପଜିଟିଭ୍, ସୁସ୍ଥ ହେଲେ ୬୨ ଆକ୍ରାନ୍ତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଆଜି ୩୦୭ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୬୯ ଜଣ ଓ ସ୍ଥାନୀୟ ଅଂଚଳରୁ ୨୩୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି। ଏଥି ସହିତ ଭୁବନେଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪ ହଜାର ୨୦୦ରେ ପହଂଚିଛି।

publive-imageବିଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ବରରେ ୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥି ସହିତ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୪୪୮କୁ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୨୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେ୍ଳେ ୧୪୮୧ ଜଣଙ୍କର ଚିକିତ୍ସା ଜାରି ରହିଛି।

publive-imageଆଜି ଖଣ୍ଡଗିରି ଅଂଚଳରୁ ସର୍ବାଧିକ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀରୁ ୧୯ ଜଣ, ପଟିଆରୁ ୧୭ ଜଣ, ଚନ୍ଦ୍ରଶେଖରପୁର ଓ ପାଇକନଗରରୁ ୮-୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମ୍ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe