ରାଜଧାନୀରେ ଦିନକରେ ୩୦୭ ପଜିଟିଭ୍ ଚିହ୍ନଟ

ଓୟୁଏଟି କଲୋନିରୁ ୨୦ ଆକ୍ରାନ୍ତ ଚିହ୍ନଟ, ଅଗଷ୍ଟରେ ଚିହ୍ନଟ ହେଲେ ୭୭୫୩ ରୋଗୀ

ରାଜଧାନୀରେ ଦିନକରେ ୩୦୭ ପଜିଟିଭ୍ ଚିହ୍ନଟ

The Hindu

ଭୁବନେଶ୍ୱର : ଅଗଷ୍ଟ ମାସରେ ରାଜଧାନୀରେ କରୋନାର ଦ୍ରୁତ ସଂକ୍ରମଣ ଦେଖିବାକୁ ମିଳିଛି। ୩୧ଦିନରେ ୭୭୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ଭୁବନେଶ୍ବରର ସମୁଦାୟ ସଂକ୍ରମଣର ୭୨ ପ୍ରତିଶତ। ଅପରପକ୍ଷରେ ଗତ ୨୪ଘଣ୍ଟାରେ ରାଜଧାନୀରେ ୩୦୭ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦୭୩୨ରେ ପହଞ୍ଚିଛି। ୩୦୭ ସଂକ୍ରମିତଙ୍କ ମଧ୍ୟରେ ୧୩୫ ସଙ୍ଗରୋଧରୁ ୧୭୨ ଲୋକାଲ କଣ୍ଟାକ୍ଟସ୍ ରହିଛନ୍ତି। ସଙ୍ଗରୋଧରୁ ଓୟୁଏଟି କଲୋନିରୁ ୨୦ଜଣ ଚିହ୍ନଟ ହୋଇଛନ୍ତି। ଜଣେ କର୍ମଚାରୀଙ୍କ ସଂସ୍ପର୍ଶରେ ଆସି ଅନ୍ୟମାନେ ସଂକ୍ରମିତ ହୋଇଛନ୍ତି। ଏହାବାଦ୍ ଏମ୍‌ସର ୯ଜଣ କର୍ମଚାରୀ ଆକ୍ରାନ୍ତ ହୋଇଥିବା ବେଳେ ପୁଲିସ ସୁରକ୍ଷା ଶାଖାର ୩ଜଣ, ୟୁନିଟ-୯ ଓ ଡୁମୁଡୁମାର ୪ଜଣ, ବିଡିଏ କଲୋନି ଓ ଜାଗମରାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ରହିଛନ୍ତି। ଏହାବାଦ୍‌ ୪ ଘରୋଇ ହସ୍ପିଟାଲର କର୍ମଚାରୀ ମଧ୍ୟ ପଜିଟିଭ୍ ହୋଇଛନ୍ତି। ସେହିପରି ଲୋକାଲ କଣ୍ଟାକ୍ଟ କେସ୍‌ରେ ପାଣିଟାଙ୍କି ବସ୍ତି, ରାଧାକୃଷ୍ଣ ବସ୍ତି, ସାଲିଆସାହି, ଫୁଲେଶ୍ବର ବସ୍ତି, ଗଣନାଥ ଓ ଗଣ୍ଡମୁଣ୍ଡା ବସ୍ତିରୁ ପୁଳା ପୁଳା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ କିଛିଦିନ ହେବ ଭୁବନେଶ୍ବରରେ ଲୋକାଲ କଣ୍ଟାକ୍ଟ କେସ୍ ବଢ଼ି ବଢ଼ି ଚାଲିଛି। ରାଜଧାନୀରେ ଏ ପର୍ଯ୍ୟନ୍ତ ୬୬୩୫ ରୋଗୀ ସୁସ୍ଥ ହୋଇସାରିଛନ୍ତି। ମାତ୍ର ୪୦୪୩ ରୋଗୀଙ୍କ ଏବେ ବି ଚିକିତ୍ସା ଜାରି ରହିଛି। ଏହାବାଦ୍ କରୋନାରେ ରାଜଧାନୀରେ ଏ ପର୍ଯ୍ୟନ୍ତ ୪୨ଜଣଙ୍କ ମୃତ୍ୟୁ ହୋଇସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe