ଏକାମ୍ରରେ ୩୧.୭୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ

Advertisment
ଏକାମ୍ରରେ ୩୧.୭୦ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ

ପୁରୁଣା ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଯୋଜନାରେ ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରେ ୩୧.୭୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। ଆଜି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାକୁ ଶୁଭାରମ୍ଭ କରିଛନ୍ତି। ନାଗେଶ୍ବର ଟାଙ୍ଗୀ ଏବଂ ସଂଲଗ୍ନ ଅଞ୍ଚଳକୁ ୧୦ ଲକ୍ଷ ଲିଟର ବିଶିଷ୍ଟ ଭୂ-ଉଚ୍ଚ ଜଳଭଣ୍ଡାର ପାଇଁ ୨.୫୮କୋଟି ଟଙ୍କାରେ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ, ଭୁଆସୁଣୀ ସଂଲଗ୍ନ ଅଞ୍ଚଳ ପାଇଁ ୧୫ ଲକ୍ଷ ଲିଟର ବିଶିଷ୍ଟ ଭୂ-ଉଚ୍ଚ ଜଳଭଣ୍ଡାର ପାଇଁ ୪.୧୬ କୋଟି ଟଙ୍କାର ପ୍ରକଳ୍ପର ମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ପରେ ୧ କୋଟି ଟଙ୍କା ବ୍ୟୟରେ କପିଳେଶ୍ବର ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ୭ ଲକ୍ଷ ଲିଟର ବିଶିଷ୍ଟ ଭୂତଳ ଜଳଭଣ୍ଡାରକୁ ମନ୍ତ୍ରୀ ଶ୍ରୀ ପଣ୍ଡା ଉଦ୍‌ଘାଟନ କରିଥିବା ବେଳେ ୨.୫୮ କୋଟି ଟଙ୍କାର ଆଉ ଏକ ୧୦ ଲକ୍ଷ ଲିଟର ବିଶିଷ୍ଟ ଭୂ-ଉଚ୍ଚ ଜଳଭଣ୍ଡାରର ଶିଳାନ୍ୟାସ କରିବା ସହ ୧୪ ଲକ୍ଷ ଟଙ୍କାରେ ଏକ ଗୋଷ୍ଠୀ ଗୃହର ଉଦ୍‌ଘାଟନ ଏବଂ ୧୫ ଲକ୍ଷ ଟଙ୍କାର ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ହୋଇଥିଲା।

ଅପରାହ୍ନରେ ୱାର୍ଡ ନଂ ୨୩ର ଘାଟିକିଆ କଳିଙ୍ଗନଗର କେ-୩ ଏ ଏବଂ କେ-୨ ଅଞ୍ଚଳ ପାଇଁ ୨୧ କୋଟି ଟଙ୍କାରେ ରାସ୍ତାର ଭିତ୍ତିପ୍ରସ୍ତର ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା। କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ଚନ୍ଦ୍ରଶେଖର ମଲିଆ, ବିରଞ୍ଚି ନାରାୟଣ ମହାସୂପକାର, ନୃପେଶ ନାୟକ, କିରଣ ମଝି, ଦିଲ୍ଲୀପ ମଝି, ଶିବପ୍ରସାଦ ବେହେରା, ୱାଟ୍‌କୋର ମହାପ୍ରବନ୍ଧକ ଗୁରୁଚରଣ ଦାସ, ପ୍ରବନ୍ଧକ ଈଶ୍ୱର ଚନ୍ଦ୍ର ପ୍ରଧାନ, କପିଳେଶ୍ବର ମନ୍ଦିରର ବରିଷ୍ଠ ସେବାୟତ ହରିହର ମଲିଆ, ହଳଧର ମଲିଆ, ଜଗନ୍ନାଥ ମଲିଆ, ଅରବିନ୍ଦ ମଲିଆ, ସୂର୍ଯ୍ୟଭାନୁ ମହାପାତ୍ର, ବିଜୟ ମଲିଆ, ଗାନ୍ଧୀ ମଲିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe