ଭୁବନେଶ୍ୱରରୁ ଆଜି ୩୧୭ କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୩୧୨ ଜଣ ଆକ୍ରାନ୍ତ

Advertisment
ଭୁବନେଶ୍ୱରରୁ ଆଜି ୩୧୭ କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୩୧୨ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ମୋଟ୍‌ ୩୧୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୬୨ ଜଣ ସରକାରୀ ସଂଗରୋଧ ଓ ୨୫୫ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୦ ହଜାର ୮୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୭ ହଜାର ୧୭୬ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩ ହଜାର ୫୭୬ ଜଣ ଆକ୍ରାନ୍ତ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୮୬ ଜଣଙ୍କର ମୃତ୍ୟୁ ହୋଇଛି।

publive-image

ସରକାରୀ ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଶୈଳଶ୍ରୀ ବିହାରରୁ ୭ ଜଣ, ୟୁନିଟ-୮ରୁ ୪ ଜଣ, ଖାରବେଳ ନଗର, ୟୁନଟ-୬ରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

publive-image

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ୟୁନିଟ-୯ରୁ ୧୭ ଜଣ, ୟୁନିଟ-୮, ଶୈଳଶ୍ରୀ ବିହାରରୁ ୧୨ ଜଣ ଲେଖାଏଁ, ସହିଦ ନଗରରୁ ୧୧ ଜଣ, ଚନ୍ଦ୍ରଶେଖରପୁରରୁ ୧୦ ଜଣ, ବରମୁଣ୍ଡା, ନୟାପଲ୍ଲୀରୁ ୯ ଜଣ ଲେଖାଏଁ, ୟୁନିଟ-୨, ପଟିଆରୁ ୮-୮ ଜଣ, ମଂଚେଶ୍ୱରରୁ ୬ ଜଣ, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସତ୍ୟନଗର, ୟୁନିଟ-୩, ସତ୍ୟ ବିହାର, ବମିଖାଲ, ରସୁଲଗଡ଼ରୁ ୪ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe