ସେୟାର ଟ୍ରେଡିଂ ନାଁରେ ୩୨ ଲକ୍ଷ ଚୂନ: ୭ ଲକ୍ଷର ଋଣ ମଞ୍ଜୁର ନାଁରେ ୩୪ ହଜାର ଚଳୁ

Advertisment

ମୋବାଇଲ୍‌ ପୋର୍ଟାବିଲିଟି କେଵାଇସି ନାଁରେ ଉଡ଼ିଗଲା ୨୦ ହଜାର

ମୋବାଇଲ୍‌ ପୋର୍ଟାବିଲିଟି କେଵାଇସି ନାଁରେ ଉଡ଼ିଗଲା ୨୦ ହଜାର

ଭାଇ-ଭଉଣୀଙ୍କ ସମ୍ପର୍କ ଉପରେ ଅଛି ସାଇବର ଠକଙ୍କ ନଜର

ଭୁବନେଶ୍ବର: ସେୟାର ଟ୍ରେଡିଂ ନାଁରେ ଜଣେ ବ୍ୟବସାୟୀଙ୍କୁ ୩୨ ଲକ୍ଷ ଟଙ୍କା ଚୂନ ଲଗାଇଛନ୍ତି ସାଇବର ଠକ। ଠକେଇର ଶିକାର ହୋଇଥିବା ବ୍ୟବସାୟୀ ହେଲେ ଚନ୍ଦ୍ରଶେଖରପୁର ଅଞ୍ଚଳର ଅରୁଣ ସାମଲ। ଏନେଇ ସେ ଭୁବନେଶ୍ବର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁସାରେ ଅରୁଣ ପୂର୍ବରୁ ଟ୍ରେଡିଂ କରୁଥିଲେ। ପରବର୍ତ୍ତୀ ସମୟରେ ଅଧିକ ଲାଭର ଲୋଭ ଦେଖାଇ ଏକ ଟ୍ରେଡିଂ ସଂସ୍ଥା ତାଙ୍କ ହ୍ବାଟ୍‌ସଆପ୍‌କୁ ମେସେଜ କରିଥିଲା। ଏହି ପ୍ରସ୍ତାବରେ ଅରୁଣ ରାଜି ହେବା ପରେ ତାଙ୍କୁ ଉକ୍ତ ସଂସ୍ଥା ୨୦୦ରୁ ଅଧିକ ସଦସ୍ୟ ଥିବା ଏକ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ସାମିଲ କରିଥିଲା। ଅଧିକ ଲାଭ ଆଶାରେ ସେ ଗତ ଜୁନ ୧୭ରେ ପ୍ରଥମେ ୧୫୦୦୦ ଟଙ୍କା ବିନିଯୋଗ କରିବା ପରେ ତାଙ୍କ ଭର୍ଚୁଆଲ ଆକାଉଣ୍ଟରେ ୨୬ ହଜାର ଟଙ୍କା ଦେଖାଇଥିଲା। ଭଲ ରିଟର୍ଣ୍ଣ ମିଲୁଥିବା ଜାଣି ତା’ପରେ ଦୁଇଟି ଆଇପିଓରେ ଯଥାକ୍ରମେ ୨ଲକ୍ଷ ଓ ୬ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ଯାହା ୭ ଲକ୍ଷ ଓ ୧୧ଲକ୍ଷ ଟଙ୍କାର ଲାଭ ଡିଜିଟାଲ ଆକାଉଣ୍ଟରେ ଦେଖାଇଥିଲା। ଏହିପରି ଭାବେ ସେ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ଫଷ୍ଟ ଗ୍ରୋ ନାମକ ଟ୍ରେଡିଂ ସଂସ୍ଥାରେ ପ୍ରାୟ ୩୨ ଲକ୍ଷ ଟଙ୍କା ଲଗାଇଥିଲେ। କ୍ରମ‌ାଗତ ଭାବେ ଟଙ୍କା ବଢ଼ୁଥିବାରୁ ସେ କେବେ ଉଠାଇନଥିଲେ। ହେଲେ ଆଜି ଉକ୍ତ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରୁ ଅଧିକାଂଶ ସଦସ୍ୟ ବାହାରି ଯିବାରୁ ତାଙ୍କର ସନ୍ଦେହ ହୋଇଥିଲା। ସେ ଟ୍ରେଡିଂ ସଂସ୍ଥାର ଅଧିକାରୀଙ୍କୁ ଯୋଗାଯୋଗ କରି ବିଫଳ ହୋଇଥିଲେ। ଏହାପରେ ସେ ଟଙ୍କା ଉଠାଇବାକୁ ଚେଷ୍ଟା କରିଥିଲେ ହେଁ ଟଙ୍କା ଆସିନଥିଲା।

୭ ଲକ୍ଷର ଋଣ ମଞ୍ଜୁର ନାଁରେ ୩୪ ହଜାର ଚଳୁ

୭ ଲକ୍ଷ ଟଙ୍କା ଋଣ ମଞ୍ଜୁର ନାଁରେ ବାଲିଅନ୍ତାର ଜଣେ ଯୁବକ ୩୪ ହଜାର ଟଙ୍କା ହରାଇଛନ୍ତି। ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଯୁବକଙ୍କର ଏଲ୍‌ଆଣ୍ଡ୍‌ଟି ଫାଇନାନ୍ସ ସଂସ୍ଥାରେ ପୂର୍ବରୁ ନେଇଥିବା ୨ଲକ୍ଷ ଟଙ୍କା ଋଣର କିସ୍ତି ସୁଝିବା ଜାରି ରହିଛି। ଏହି ସମୟରେ ତାଙ୍କୁ ଜଣେ ମହିଳା ଫୋନ୍‌ କରିଥିଲେ। ସେ ନିଜକୁ ଉକ୍ତ ସଂସ୍ଥାର କର୍ମଚାରୀ ପରିଚୟ ଦେଇ ତାଙ୍କ ଋଣର ବିବରଣୀ ଦେଇ ବିଶ୍ବାସ ଜନ୍ମାଇଥିଲା। ଆଉ ୭ଲକ୍ଷ ଟଙ୍କା ଋଣ ମଞ୍ଜୁର ପାଇଁ ତାଙ୍କୁ ପୂର୍ବ ଋଣର ୩ଟି କିସ୍ତି ଏକକାଳୀନ ଦେବାକୁ ପଡ଼ିବ ବୋଲି ମହିଳାଜଣକ କହିଥିଲା। ଯୁବକଜଣକ ପ୍ରଥମେ ୨୩ ହଜାର ଟଙ୍କା ଜମା କରିଥିଲେ। ଏହାପରେ ୭ଲକ୍ଷ ଋଣ ଟଙ୍କାର ପ୍ରଥମ କିସ୍ତି ଦେବାକୁ ପଡ଼ିବ ବୋଲି ଠକ ମହିଳା କହିଥିଲା। ଯୁବକଜଣଙ୍କ ପୁଣି ୧୧ହଜାର ଟଙ୍କା ଜମା କରିଥିଲେ। ହେଲେ ଋଣ ଟଙ୍କା ଆସିବ କ’ଣ ୩୪ ହଜାର ଉଡ଼ି ଯାଇଥିଲା।

ମୋବାଇଲ୍‌ ପୋର୍ଟାବିଲିଟି କେଵାଇସି ନାଁରେ ଉଡ଼ିଗଲା ୨୦ ହଜାର

ମୋବାଇଲ୍‌ ପୋର୍ଟାବିଲିଟି କେଵାଇସି ନାଁରେ ଜଣେ କର୍ମଜୀବୀ ଯୁବତୀଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଉଡ଼ିଯାଇଛି। ଏନେଇ ସେ ସାଇବର ଥାନାରେ ଅଭିଯୋଗ ପରେ ଖୋଳତାଡ଼ ଆରମ୍ଭ ହୋଇଛି। ଅଭିଯୋଗ ଅନୁଯାୟୀ ଯୁବତୀଜଣଙ୍କ ତାଙ୍କ ମୋବାଇଲ୍‌ ନମ୍ବରକୁ ଅନ୍ୟ ଏକ ଅପରେଟରକୁ ପୋର୍ଟାବିଲିଟି କରିଥିଲେ। ପୋର୍ଟାବିଲିଟି ହେବାର କିଛି ସମୟ ପରେ ପୂର୍ବର ଅପରେଟରଙ୍କ ପକ୍ଷରୁ ଯୁବତୀଙ୍କ ମୋବାଇଲ୍‌କୁ ଏକ ମେସେଜ ଆସିଥିଲା। କେଵାଇସି ବାବଦକୁ ତଥ୍ୟ ଦେବାକୁ କୁହାଯାଇଥିଲା। ସାଇବର ଠକ ଏପରି କରିଥିବା ଯୁବତୀ ଜାଣିପାରି ନଥିଲେ। ଏହାପରେ ସାଇବର ଠକ ଏକ ଆପ୍ଲିକେସନ ଡାଉନଲୋଡ୍‌ କରିବାକୁ ଯୁବତୀଙ୍କୁ ପ୍ରବର୍ତାଇଥିଲା। ମାତ୍ର ଯୁବତୀଜଣଙ୍କ ଏହା କରିନଥିଲେ। ତା’ ସତ୍ତ୍ବେ ସାଇବର ଠକ ଯୁବତୀଙ୍କ ଆକାଉଣ୍ଟ ହ୍ୟାକ୍‌ କରିବା ପାଇଁ କିଛି ତଥ୍ୟ ନେଇଯାଇଥିଲା। ସେ ଯୁବତୀଙ୍କୁ ଏକ କ୍ୟୁଆର କୋଡ୍‌ ସ୍କାନ କରିବାକୁ କହିଥିଲା। ଯୁବତୀଜଣଙ୍କ ସ୍କାନ କରିଥିଲେ। କିଛି ସମୟ ଭିତରେ ମୋବାଇଲକୁ ଏକ ଓଟିପି ଆସିଥିଲା। ମାତ୍ର ସେ କିଛି କରିବା ପୂର୍ବରୁ ଆକାଉଣ୍ଟରୁ ୨୦ ହଜାର ଟଙ୍କା କଟି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe