ଭୁବନେଶ୍ୱରରୁ ଆଜି ୩୨୯ କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୩୯୫ ଜଣ ଆକ୍ରାନ୍ତ

Advertisment
ଭୁବନେଶ୍ୱରରୁ ଆଜି ୩୨୯ କରୋନା ପଜିଟିଭ୍‌ ଚିହ୍ନଟ, ସୁସ୍ଥ ହେଲେ ୩୯୫ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ମୋଟ୍‌ ୩୨୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରେ ୭୩ ଜଣ ସରକାରୀ ସଂଗରୋଧ ଓ ୨୫୬ ଜଣ ସ୍ଥାନୀୟ ଅଂଚଳରୁ ଅଛନ୍ତି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି। ଭୁବନେଶ୍ୱରରୁ ଆଜି ୩୯୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସୂଚନା ଅନୁସାରେ ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୨୧ ହଜାର ୫୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୭ ହଜାର ୮୯୨ ଜଣ ସୁସ୍ଥ ହୋଇସାରିଛନ୍ତି। ଏବେ ୩ ହଜାର ୫୨୬ ଜଣ ଆକ୍ରାନ୍ତ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୯୧ ଜଣଙ୍କର ମୃତ୍ୟୁ ହୋଇଛି।

publive-image

ସରକାରୀ ସଂଗରୋଧରୁ ଚିହ୍ନଟ କରୋନା ପଜିଟିଭ ବ୍ୟକ୍ତିମାନେ ପୂର୍ବରୁ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ। ଆଜି ୟୁିନିଟ-୯ରୁ ୧୧ ଜଣ, ନିଳାଦ୍ରୀ ବିହାରରୁ ୫ ଜଣ, ଗାଢ଼କଣା, ଲକ୍ଷ୍ମୀସାଗରରୁ ୩ ଜଣ ଲେଖାଏଁ , ବଡ଼ଗଡ଼, ବରମୁଣ୍ଡା, ଜାଗମରାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

publive-image

ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ନୟାପଲ୍ଲୀରୁ ୧୯ ଜଣ ଅଛନ୍ତି। ସେହିଭଳି ୟୁନିଟ-୯ରୁ ୧୫ ଜଣ, ରସୁଲଗଡ଼ରୁ ୧୪ ଜଣ, ପୁରୁଣା ଭୁବନେଶ୍ୱରରୁ ୧୧ ଜଣ, ସହିଦନଗର, ପଟିଆରୁ ୧୦ ଜଣ ଲେଖାଏଁ, ଭିଏସ୍‌ଏସ୍‌ ନଗର, ବଡ଼ଗଡ଼ରୁ ୮ ଜଣ ଲେଖାଏଁ, ନିଳାଦ୍ରୀ ବିହାର, ସୁନ୍ଦରପଦାରୁ ୭ ଜଣ ଲେଖାଏଁ, ଝାରପଡ଼ା, ଡୁମଡୁମା, ଲକ୍ଷ୍ମୀସାଗରରୁ ୬-ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe