ଜୀବ ବିଜ୍ଞାନ ପ୍ରତିଷ୍ଠାନର ୩୨ତମ ପ୍ରତିଷ୍ଠା ଦିବସ: ମେରାଇନ୍‌ ବାୟୋଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନେଇ ସହଯୋଗ କରାଯିବ

Advertisment

ଟିକା ବିକାଶରେ ଆଇଏଲ୍‌ଏସ୍‌ର ଭୂମିକା ଗୁରୁତ୍ବପୂର୍ଣ୍ଣ: ହର୍ଷବର୍ଦ୍ଧନ

ଟିକା ବିକାଶରେ ଆଇଏଲ୍‌ଏସ୍‌ର ଭୂମିକା ଗୁରୁତ୍ବପୂର୍ଣ୍ଣ: ହର୍ଷବର୍ଦ୍ଧନ

ଜୀବ ବିଜ୍ଞାନ ପ୍ରତିଷ୍ଠାନର ୩୨ତମ ପ୍ରତିଷ୍ଠା ଦିବସ: ମେରାଇନ୍‌ ବାୟୋଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ନେଇ ସହଯୋଗ କରାଯିବ

ଭୁବନେଶ୍ବର: ବର୍ଷ ୨୦୨୦ କେବଳ ମହାମାରୀ ପାଇଁ ନୁହେଁ, ବରଂ ବୈଜ୍ଞାନିକମାନଙ୍କ ବର୍ଷ ଭାବେ ମନେ ରହିବ। କୋଭିଡ୍‌-୧୯ ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ବିଶେଷ ଭାବେ ସ୍ବଦେଶୀ ଟିକାର ବିକାଶ ଓ କରୋନା ନିରାକରଣରେ ଗବେଷଣାକୁ ପ୍ରୋତ୍ସାହନ ଦେବାରେ ଜୀବ ବିଜ୍ଞାନ ପ୍ରତିଷ୍ଠାନ(ଆଇଏଲଏସ୍‌)ର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ। ସେହିପରି ଭୁବନେଶ୍ବରରେ ମେରାଇନ ବାୟୋଟେକ୍ନୋଲୋଜି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ଦେଇଥିବା ପ୍ରସ୍ତାବ ଉପରେ ବିଚାର କରାଯାଇ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଆଜି ଜୀବ ବିଜ୍ଞାନ ପ୍ରତିଷ୍ଠାନର ୩୨ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଭିଡିଓ କନଫରନ୍ସେିଂ ଜରିଆରେ ସାମିଲ ହୋଇ ମୁଖ୍ୟଅତିଥି ଡ. ହର୍ଷବର୍ଦ୍ଧନ କହିଥିଲେ, ବିଶ୍ବର ୪୦ଟି ଦେଶ ଏବେ ଭାରତୀୟ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଜୀବ ବିଜ୍ଞାନ ପ୍ରତିଷ୍ଠା କରୋନା ସମୟରେ କେବଳ ନମୁନା ପରୀକ୍ଷା ନୁହେଁ, ଜିନ୍ ଅନୁଶୀଳନରେ ମଧ୍ୟ ଅନେକ କାର୍ଯ୍ୟ କରିଛି। ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ସ୍ବାସ୍ଥ୍ୟ, କୃଷି ଓ ପରିବେଶର ସାମଗ୍ରିକ ବିକାଶ ତଥା ଏହାର ଉନ୍ନତି ପାଇଁ ଉଚ୍ଚମାନର ଗବେଷଣା ଦିଗରେ ଜୀବ ବିଜ୍ଞାନ ପ୍ରତିଷ୍ଠା ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଉତ୍ତର-ପୂର୍ବ ତଥା ରାଜ୍ୟର ଆକାଂକ୍ଷୀ ଜିଲ୍ଲା ନବରଙ୍ଗପୁରରେ ବୈଜ୍ଞାନିକ ଜ୍ଞାନ କୌଶଳର ବିକାଶ କରିବା ଦିଗରେ ମଧ୍ୟ ଆଇଏଲଏସ କାର୍ଯ୍ୟ କରୁଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୀଳ ଅର୍ଥନୀତି ଦୂରଦୃଷ୍ଟିରେ ଓଡ଼ିଶା ୪ଶହ କିମି ବେଳାଭୂମି ପ୍ରାଥମିକାତାରେ ରହିଛି। ଏ ଦୃଷ୍ଟିରୁ ଆଇଏଲ୍‌ଏସ୍‌ରେ ମେରାଇନ ବାୟୋଟେକ୍ନୋଲୋଜିର ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରାଗଲେ ସାମୁଦ୍ରିକ ଆଧାରିତ ସ୍ଥାୟୀ ଅର୍ଥନୀତି ଅଭିବୃଦ୍ଧି ହୋଇପାରିବ।

ବାୟୋଟେକ୍ନୋଲୋଜି ବିଭାଗର ସଚିବ ଡ.ରେଣୁ ସ୍ବରୂପ ଆଦିବାସୀଙ୍କ ସ୍ବାସ୍ଥ୍ୟ ଓ ପୋଷଣ ଦିଗରେ ଡିବିଟି-ଆଇଏଲ୍‌ଏସ୍‌ ସହାୟତା‌ରେ ଅନେକ କାର୍ଯ୍ୟର ଅଗ୍ରଗତି ହୋଇଥିବା କହିଥିଲେ। ଆଇଏଲ୍‌ଏସ୍‌ର ନିର୍ଦେଶକ ଡ.ଅଜୟ ପରିଡ଼ା ଗବେଷଣା, କୋଭିଡ୍‌ ପରିଚାଳନା ଓ ଉଦ୍ୟୋଗୀଙ୍କ ବିକାଶ କ୍ଷେତ୍ରରେ କରାଯାଇଥିବା ବିଭିନ୍ନ କାର୍ଯ୍ୟ ସଂପର୍କରେ ବିବରଣୀ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଡ.ହର୍ଷବର୍ଦ୍ଧନ ଆଇଏଲଏସ୍‌-ଡିବିଟିରେ ଆନିମଲ ଚ୍ୟାଲେଞ୍ଜ ଷ୍ଟଡି ସେଣ୍ଟର, କୋଭିଡ-୧୯ ପାଇଁ ବାଇଓରେପୋଜିଟୋରି କ୍ଲିନିକ୍, ଆଇଏଲ୍‌ଏସ୍‌-ଆଇବିଏସ୍‌ଡି ସହଭାଗିତା କେନ୍ଦ୍ର ଓ ହିମାଳୟ ବାଇଓରିସୋର୍ସ ମିସନ୍‌ର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ପୁଲକ ମୁଖାର୍ଜୀ, ଏମ୍‌ଡି. ଅସଲମ୍ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଡିବିଟିର ଉପଦେଷ୍ଟା ଡ.ମୀନାକ୍ଷି ମୁନ୍‌ସୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe