୩୩ ଆକ୍ରାନ୍ତ ବାହାରିବା ପରେ ଅଟା ମିଲ୍ ସିଲ୍ ; ମଞ୍ଚେଶ୍ବରରୁ ଚିହ୍ନଟ ହେଲେଣି ୬୦ରୁ ଅଧିକ କରୋନା ସଂକ୍ରମିତ

Advertisment

ଆଜି ୨୬ ଜଣଙ୍କ ପଜିଟିଭ୍ ରିପୋର୍ଟ ଆସିଲା, ଅଟା ମିଲ୍‌ ସିଲ୍‌, ୫୫ ସାମ୍ବାଦିକ ନେଗେଟିଭ୍

ଆଜି ୨୬ ଜଣଙ୍କ ପଜିଟିଭ୍ ରିପୋର୍ଟ ଆସିଲା, ଅଟା ମିଲ୍‌ ସିଲ୍‌, ୫୫ ସାମ୍ବାଦିକ ନେଗେଟିଭ୍

ପଳଶୋଳରେ ଆଶାକର୍ମୀ, ସ୍ୱାମୀ, ଝିଆରୀ କରୋନା ଆକ୍ରାନ୍ତ, ପଂଚାୟତରେ ଆତଙ୍କ

Reach FM

ଭୁବନେଶ୍ବର : ମଞ୍ଚେଶ୍ବରରେ ଥିବା କୁଞ୍ଜ ରୋଲର ଫ୍ଲୋର୍‌ ମିଲ୍‌ସ ପ୍ରାଇଭେଟ ଲିମିଟେଡରୁ ଆଜି ୨୬ଜଣ କରୋନା ଆକ୍ରାନ୍ତ ବାହାରିଛନ୍ତି। ସପ୍ତାହକ ମଧ୍ୟରେ ଅଟା ମିଲ୍‌ରୁ ୩୩ଜଣ କରୋନା ଆକ୍ରାନ୍ତ ବାହାରିଥିବାରୁ ବିଏମ୍‌ସି ପକ୍ଷରୁ ଏହାକୁ ଅନିର୍ଦ୍ଦିଷ୍ଟ ସମୟ ପା‌ଇଁ ସିଲ୍‌ କରିଦିଆଯାଇଛି।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଅଟା ମିଲ୍‌ରୁ ସପ୍ତାହକ ତଳେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମିଲ୍‌ ବନ୍ଦ କରି ସମସ୍ତଙ୍କୁ ସଙ୍ଗରୋଧରେ ପଠାଯାଇଥିଲା। ଏହାପରେ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଆଜି ଆଉ ୨୬ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ଏହିପରି ମୋଟ୍ ୩୩ଜଣ କରୋନା ଆକ୍ରାନ୍ତ ହୋଇଥିବାରୁ ବିଏମ୍‌ସି ପକ୍ଷରୁ ପୂରା ମିଲ୍‌କୁ ସିଲ୍‌ କରାଯାଇଛି। ମିଲ୍‌ ମାଲିକ ସମସ୍ତ କର୍ମଚାରୀଙ୍କର କରୋନା ପରୀକ୍ଷା କରିବାକୁ କୁହାଯାଇଛି। ସମସ୍ତଙ୍କର ରିପୋର୍ଟ ଆସିବା ପରେ ଏବଂ ସମସ୍ତ ଆକ୍ରାନ୍ତ ସୁସ୍ଥ ହେବା ପରେ ମିଲ୍‌ ଖୋଲିବାକୁ ବିଏମ୍‌ସି ଅନୁମତି ଦେଇପାରେ ବୋଲି କୁହାଯାଇଛି।

ମଞ୍ଚେଶ୍ବରରେ ଏବେ ପ୍ରାୟ ୬୦ରୁ ଅଧିକ କରୋନା ଆକ୍ରାନ୍ତ ବାହାରିଥିବା ବେଳେ ଏହା ଏବେ ରାଜଧାନୀର ହଟ୍‌ସ୍ପଟ୍‌ ପାଲଟିଯାଇଛି। ଏଠାକୁ ପ୍ରତିଦିନ ବାହାର ରାଜ୍ୟରୁ ଗାଡ଼ି ଆସୁଥିବାବେଳେ ଏଥିରେ ବହୁ ଅଜଣା ଲୋକ ଆସୁଛନ୍ତି। ରାଜଧାନୀରେ ଏହି ପ୍ରମୁଖ ଶିଳ୍ପାଞ୍ଚଳ ଏବେ କରୋନା ହୁ ହୁ ମାଡ଼ୁଥିବାରୁ ଏଠାରେ ଥିବା ଶିଳ୍ପସଂସ୍ଥାଗୁଡ଼ିକ ଭୟଭୀତ ହୋଇଗଲେଣି। ୫୦ରୁ ଅଧିକ ଶିଳ୍ପ ସଂସ୍ଥା ଏଠାରେ ଚାଲିଥିବାରୁ ବିଏମ୍‌ସି ଏହାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିପାରୁ ନଥିବା ଜଣାପଡ଼ିଛି।

୫୫ ସାମ୍ବାଦିକ ନେଗେଟିଭ୍
ଭୁବନେଶ୍ବର : ଆଜି ବିଏମ୍‌ସି ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସହିଦନଗର କଲ୍ୟାଣ ମଣ୍ଡପଠାରେ ସାମ୍ବାଦିକମାନଙ୍କର କରୋନା ପରୀକ୍ଷା ହୋଇଛି। ଏଠାରେ ୫୫ଜଣ ସାମ୍ବାଦିକଙ୍କର ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ହୋଇଥିବା ବେଳେ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍ ଆସିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe