୩୩ କେଭି ବିଦ୍ୟୁତ୍‌ ତାର ଲାଗି ଡମ୍ପର୍‌ ଚାଳକ ମୃତ

ଯାଁଳାରେ ଅଘୋଷିତ ବିଦ୍ୟୁତ୍ କାଟ

ଖଣ୍ଡଗିରି: ଯାଁଳା ଫାଣ୍ଡି ଅନ୍ତର୍ଗତ ହରିପୁର ଗାଁରେ ଆଜି ରାତି ପ୍ରାୟ ୧୦ଟା ବେଳେ ଏକ ୩୩ କେଭି ବିଦ୍ୟୁତ୍‌ ତାର ଲାଗି ଜଣେ ଡମ୍ପର୍‌ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକଜଣକ ହେଲେ, ସଂଜୟ କୁମାର ସ୍ୱାଇଁ (୩୮)। ଘର ନୟାଗଡ଼ ଶରଧାପୁର ଅଞ୍ଚଳରେ। ସଂଜୟ ହରିପୁର ଗାଁ ନିକଟରେ ମାଲ୍‌ ଅନ୍‌ଲୋଡ୍‌ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଅସାବଧନାତାବଶତଃ ଡମ୍ପରଟି ରାସ୍ତାକଡ଼ରେ ଓହଳି ରହିଥିବା ଏକ ୩୩ କେଭି ବିଦ୍ୟୁତ୍‌ ତାରରେ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ଏନେଇ ନିକଟସ୍ଥ ବିଦ୍ୟୁତ୍‌ ବିଭାଗ କର୍ମଚାରୀଙ୍କୁ ଖବର ଦେବା ସହ ସଂଜୟଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତି କରାଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆସନ୍ତାକାଲି ତାଙ୍କ ଶବ ବ୍ୟବଚ୍ଛେଦ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe