କଟକରୁ କୁଖ୍ୟାତ ଗାଡ଼ିଚୋରି ଗ୍ୟାଙ୍ଗର ୫ ସଦସ୍ୟ ଗିରଫ, ୩୪ଟି ବାଇକ୍‌ ଜବତ

Advertisment
କଟକରୁ କୁଖ୍ୟାତ ଗାଡ଼ିଚୋରି ଗ୍ୟାଙ୍ଗର ୫ ସଦସ୍ୟ ଗିରଫ, ୩୪ଟି ବାଇକ୍‌ ଜବତ

କଟକ: ସହରର ଜଗତପୁର ଥାନା ପୁଲିସ ପକ୍ଷରୁ ଏକ କୁଖ୍ୟାତ ଡକାୟତ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। ଏଥି ସହିତ ପୁଲିସ ଗିରଫ ଅଭିଯୁକ୍ତମାନଙ୍କ ଠାରୁ ୩୪ଟି ଚୋରା ବାଇକ୍‌ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବିରୋଳ ଗାଁର ବନମାଳି ରାଉଳଙ୍କ ପୁଅ ପପୁ ଓରଫ ଭକ୍ତ ଚରଣ ରାଉଳ (୨୮), ମାହାଙ୍ଗା ଥାନା ଅନ୍ତର୍ଗତ ଝାଡ଼େଶ୍ୱରପୁର ଗାଁର ଅଚ୍ୟୁତି ପ୍ରଧାନଙ୍କ ପୁଅ ବିଜୟ ଓରଫ ରତିକାନ୍ତ ପ୍ରଧାନ (୨୬), ମଣିଜୋରୀ ଗାଁର କାଶୀନାଥ ରାଉତଙ୍କ ପୁଅ ଜଗନ ଓରଫ ଜଗବନ୍ଧୁ ରାଉତ (୨୦), ଜଗତପୁର ଥାନା ଅନ୍ତର୍ଗତ ଲକ୍ଷ୍ମଣପୁର ଗାଁର ଦଣ୍ଡପାଣି ସାମଲଙ୍କ ପୁଅ ପ୍ରଶାନ୍ତ ସାମଲ (୨୫) ଓ ପୁରୀଘାଟ ଥାନା ଅଧୀନ ବାମ୍ଫିସାହିର ଦ୍ବିଜବର ସେଠୀଙ୍କ ପୁଅ ମୁନା ଓରଫ ପ୍ରତାପ ସେଠୀ (୪୫)।

publive-image

ଜଗତପୁର ପୁଲିସ କହିଛି, ଜଗତପୁର ଥାନା ଅଧୀନ ପଦମପୁର ମୁତାରିଫାର ସୁଶାନ୍ତ ସାହୁଙ୍କ ପୁଅ ସଦାନନ୍ଦ ସାହୁଙ୍କ ଅଭିଯୋଗ କ୍ରମେ ଏକ  ଚୋରି ଘଟଣାର ତଦନ୍ତ କରାଯାଇଥିଲା। ତଦନ୍ତ ସମୟରେ ପୁଲିସ କୁଖ୍ୟାତ ଡକାୟତ ପପୁ, ଜଗନ ଓ ବିଜୟକୁ ଠାବ କରି  ଅଟକ ରଖିଥିଲା। ଏମାନଙ୍କ ଠାରୁ ପୁଲିସ ଚୋରି ହୋଇଥିବା ଏକ ଟାଟା ଏସିଇ (ଓଡି-୦୫-ଡବ୍ଲ୍ୟୁ-୫୮୦୦) ଓ ଏକ ଆକ୍ଟିଭା ୩ଜି (ଓଡି-୦୫-ଭି-୮୦୯୧) ଜବତ କରିଥିଲା। ତଦନ୍ତ ସମୟରେ ପୁଲିସ ଏମାନଙ୍କର ସହଯୋଗୀଙ୍କ ବାବଦରେ ଜାଣିବାକୁ ପାଇଥିଲା ଓ ୩୪ଟି ଚୋରା ବାଇକ ଜବତ କରିଥିଲା।

ଡକାୟତମାନେ କଟକ ସହର, ଭୁବନେଶ୍ୱର, ଯାଜପୁର, ଖୋର୍ଦ୍ଧା, ମୟୂରଭଂଜ ଓ ଅନ୍ୟ ଅଂଚଳରୁ ବାଇକ୍‌ ଚୋରି କରୁଥିଲେ। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe