ସରିଲା ଶ୍ରାବଣ ସୋମବାର : ଏକାମ୍ର କ୍ଷେତ୍ରରେ ୩୫ହଜାର ଭକ୍ତଙ୍କ ଜଳ ଲାଗି

ବୋଲବମ୍ ଯାତ୍ରା ବନ୍ଦ; ଶ୍ରାବଣ ସୋମବାର ଜଳଲାଗି ଉପରେ ରୋକ ଲଗାଇଲେ ରାଜ୍ୟ ସରକାର

ପୁରୁଣା ଭୁବନେଶ୍ୱର : ଆଜି ଥିଲା ଶ୍ରାବଣ ମାସର ଶେଷ ସୋମବାର। ଏନେଇ ଏକାମ୍ର କ୍ଷେତ୍ରରେ ପ୍ରାୟ ୩୫ହଜାରରୁ ଅଧିକ କାଉଡ଼ିଆ ବିଭିନ୍ନ ଶିବ ମନ୍ଦିରରେ ଜଳ ଲାଗି କରିଛନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିର ସମେତ ଏକାମ୍ର କ୍ଷେତ୍ରରେ ଡାକରା ବିଭୀଷଣେଶ୍ୱର, ତୀର୍ଥେଶ୍ୱର, କପିଳେଶ୍ୱର, ଗୋସାଗରେଶ୍ୱର, ରାମେଶ୍ୱର, କେଦାରେଶ୍ୱର, ବ୍ରହ୍ମେଶ୍ୱର, ମେଘେଶ୍ୱର ମନ୍ଦିରରେ ଶହଶହ ଭକ୍ତ ଜଳଲାଗି କରିଥିଲେ। ରାତି ସାଢ଼େ ୩ଟାରେ ପହୁଡ଼ ଖୋଲିବା ପରେ କାଉଡ଼ିଆମାନେ ଧାଡ଼ିରେ ଯାଇ ଜଳଲାଗି କରିଥିଲେ। ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍‌ ସହ ୬ପ୍ଲାଟୁନ୍‌ ପୁଲିସ ସଜାଗ ରହିଥିଲେ। ମନ୍ଦିରକୁ ପ୍ରବେଶ ପରେ ସେଠାରେ ଥିବା ଏକ ତମ୍ବା ନଳରେ ପାଣି ଢାଳିଥିଲେ। ମନ୍ଦିର ପରିସରରେ କାଉଡ଼ିଆଙ୍କ ସହ ସାଧାରଣ ଭକ୍ତ ମଧ୍ୟ ଜଳଲାଗି କରିଥିଲେ। ରବିବାର ରାତିଠାରୁ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହୁ କାର୍ଯ୍ୟାଳୟରେ ରହି କାର୍ଯ୍ୟ ତଦାରଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe