ବାରଙ୍ଗ: ଇଂରାଜୀ ନୂଆବର୍ଷର ପ୍ରଥମ ଦିନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଲୋକାରଣ୍ୟ ହୋଇଛି। ଏଠାରେ ପ୍ରାଣୀ ଖୁଆଡ଼ଗୁଡ଼ିକରେ ପର୍ଯ୍ୟଟକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ସକାଳ ୮ଟାରୁ ଟିକେଟ କାଉଣ୍ଟରରେ ଭିଡ଼ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚିଡିଆଖାନା ପରିସରର ଜୀବଜନ୍ତୁ ଖୁଆଡ଼ ପାଖ ସବୁଆଡ଼େ ଲୋକେ ଥିଲେ।

Advertisment

ଏହି ଖବର ପଢ଼ନ୍ତୁ: ବର୍ଷର ଶେଷ ରବିବାରରେ ନନ୍ଦନକାନନ ବୁଲିଲେ ୪୩ହଜାର ପର୍ଯ୍ୟଟକ

ନନ୍ଦନକାନନରେ ନୂଆବର୍ଷର ପ୍ରଥମ ଦିନରେ ୩୫,୬୫୬ ଖଣ୍ଡ ଟିକଟ ବିକ୍ରି ହୋଇଥିଲା। ପର୍ଯ୍ୟଟକମାନଙ୍କ ମଧ୍ୟରେ ୬,୭୧୯ ଜଣ ଶିଶୁ ଥିବା ବେଳେ ୧୪ ଜଣ ବିଦେଶୀ ନାଗରିକ ଥିଲେ। ସମସ୍ତ ପର୍ଯ୍ୟଟକଙ୍କ ଠାରୁ ୧୩,୩୯,୩୭୦ ଟଙ୍କାର ରାଜସ୍ଵ ଆଦାୟ ହୋଇଥିବା କର୍ତୁପକ୍ଷଙ୍କ ସୂତ୍ରରୁ ପ୍ରକାଶ। ଆଜି ରୋପ୍ୱେରେ ୧୭ ଜଣ ପର୍ଯ୍ୟଟକ ବୁଲିଛନ୍ତି। 

ଏହି ଖବର ପଢ଼ନ୍ତୁ: ନୂଆବର୍ଷରେ ଯୁବକଙ୍କୁ ପିଟିପିଟି ମାରିଲା: କୁରାଢ଼ିରେ ଖଣ୍ଡଖଣ୍ଡ କରି ହାଣିଦେଲା

ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ବୁଧବାର ଦିନ ୨୫୬୫ ଖଣ୍ଡ ଟିକେଟ ବିକ୍ରି ହୋଇଥିଲା। ଟିକେଟ୍ ବାବଦକୁ ୮୩,୭୭୦ ଟଙ୍କାର ରାଜସ୍ଵ ଆଦାୟ ହୋଇଥିବା ସୂଚ଼ନା ଦିଆଯାଇଛି। ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ଆଉ ପୂର୍ବଭଳି ପର୍ଯ୍ୟଟକ ଆସୁ ନଥିବା ଦୃଷ୍ଟିଗୋଚର ହେଉଛି। ବର୍ଷର ଶେଷ ଦିନ, ବର୍ଷର ଶେଷ ରବିବାର ଓ ନୂଆବର୍ଷରେ କିଛି ପୂର୍ବରୁ ଆଜିର ତୁଳନାରେ ଅଧିକ ପର୍ଯ୍ୟଟକ ଆସୁଥିଲେ। କିନ୍ତୁ ବିଭିନ୍ନ କାରଣରୁ ଆଜିକାଲି ଉଦ୍ଭିଦ ଉଦ୍ୟାନରେ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଉଥିବା ଚର୍ଚ୍ଚା ହେଉଛି। 

କାଞ୍ଜିଆ-କିଆଖଣିର ଜୈବବିବିଧତାର ସୁରକ୍ଷା ପାଇଁ ଦୀର୍ଘ ବର୍ଷେ ହେଲା ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ବଣଭୋଜି ବନ୍ଦ ରଖାଯାଇଛି। ତଥାପି ଆଜି ନୂଆବର୍ଷରେ ଅନେକ ଲୋକ ଏଠାକୁ ବଣଭୋଜି କରିବାକୁ ଆସିଥିଲେ। କିନ୍ତୁ କଟକଣା ଲାଗୁ ହୋଇଥିବାରୁ ସେମାନେ ନିରାଶ ହୋଇ ଫେରିଥିଲେ। ଆଖପାଖ ଅଞ୍ଚଳରେ ଭୋଜି କରିଥିଲେ।

ଏହି ଖବର ପଢ଼ନ୍ତୁ: ପ୍ରଶଂସକଙ୍କୁ ଦ୍ବନ୍ଦ୍ବରେ ପକାଇଲା ଗୁଜୁରାଟ ଟାଇଟାନ୍ସର ସୋସିଆଲ ମିଡିଆ ପୋଷ୍ଟ

ରାଜଧାନୀ ଭିତରେ ଓ ଏହାର ଉପକଣ୍ଠରେ କିଛି ସ୍ଥାନରେ ବଣଭୋଜି ପାଇଁ ସ୍ଥାନ ରହିଛି। ଏଥିରେ ଜୟଦେବବାଟିକା, ଶିଖରଚଣ୍ଡୀ, ଧଉଳି, କୁଆଖାଇ ନଦୀକୂଳ ପ୍ରମୁଖ ସାମିଲ ରହିଛି। ଏକଦା ରାଜ୍ୟ ଉଦ୍ଭିଦ ଉଦ୍ୟାନ ମଧ୍ୟ ବଣଭୋଜି ପାଇଁ ଉତ୍କୃଷ୍ଟ ସ୍ଥାନ ଥିଲା। କିନ୍ତୁ ଏଠାରେ କଟକଣା ଲାଗୁ ହେବା ଦ୍ବାରା ଯୁବପିଢ଼ିଙ୍କୁ ନିରାଶ ହେବାକୁ ପଡୁଛି। 

ଏହି ଖବର ପଢ଼ନ୍ତୁ: ଆୟୁଷ୍ମାନ ଭାରତ ଯୋଜନାରେ ଦେଶର ୩୦ ହଜାର ଡାକ୍ତରଖାନାରେ ଚିକିତ୍ସା ସୁବିଧା