ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରୁ ୩୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ସଂଗରୋଧରୁ ୭୬ ଜଣ ଥିବା ବେଳେ ଅନ୍ୟ ୨୮୬ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆକ୍ରାନ୍ତ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
/sambad/media/post_attachments/wp-content/uploads/2020/09/bbsr1-7-844x1024.jpg)
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୧୭ ହଜାର ୨୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୨ ହଜାର ୬୯୪ ଜଣ ସୁସ୍ଥ ହୋଇଥିବା ବେଳେ ୪ ହଜାର ୫୨୪ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । କିନ୍ତୁ ୬୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
/sambad/media/post_attachments/wp-content/uploads/2020/09/bbsr2-6-643x1024.jpg)
ବିଏମସି ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଭୁବନେଶ୍ୱରର ସଂଗରୋଧରୁ ଚିହ୍ନଟ ସମସ୍ତ ୭୬ ଜଣ ଆକ୍ରାନ୍ତ ପୂର୍ବରୁ ଚିହ୍ନଟ ହୋଇଥିବା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏଥିରେ ଏକ ଘରୋଇ ହସ୍ପିଟାଲରୁ ୧୦ ଜଣ, ଖଣ୍ଡଗିରିରୁ ୭ ଜଣ, ଅନ୍ୟ ଜିଲ୍ଲାରୁ ୬ ଜଣ, ନୟାପଲ୍ଲୀରୁ ୬ ଜଣ କରୋନା ଆକ୍ରାନ୍ତ ଅଛନ୍ତି ।
ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଏକ ଘରୋଇ ହସ୍ପିଟାଲରୁ ୧୮ ଜଣ ଅଛନ୍ତି । ସେହିପରି ଜଣ ୨ ପୁଲିସ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ନୟାପଲ୍ଲୀରୁ ୧୩ ଜଣ, ବରମୁଣ୍ଡାରୁ ୮ ଜଣ, ପଟିଆ ରେଳ ଷ୍ଟେସନ ନିକଟରୁ ୮ ଜଣ, ସୁନ୍ଦରପଦାରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
/sambad/media/post_attachments/wp-content/uploads/2020/09/bbsr3-601x1024.jpg)
ଆଜି ଭୁବନେଶ୍ୱରରୁ ମୋଟ ୪୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ନୟାପଲ୍ଲୀରୁ ସର୍ବାଧିକ ୧୮ ଜଣ, ୟୁନିଟ-୨ ଓ ୟୁନିଟ-୩ରୁ ୧୫ ଜଣ, କଳିଙ୍ଗ ନଗର ଅଂଚଳରୁ ୧୬ ଜଣ, ବରମୁଣ୍ଡା ଏଚବି କଲୋନିରୁ ୯ ଜଣ ଅଛନ୍ତି ।
Follow Us