ଶିକ୍ଷା ଓ ସ୍ବାସ୍ଥ୍ୟ ସମସ୍ୟା, ମୁଖ୍ୟମନ୍ତ୍ରୀଙ୍କୁ ୩୭୯୩୦ ପୋଷ୍ଟକାର୍ଡ ଚିଠି

୧୦ରେ ନୂଆପଡ଼ା ଯାଇପାରନ୍ତି ମୁଖ୍ୟମନ୍ତ୍ରୀ

image source-news 18

ଭୁବନେଶ୍ବର: ଶିକ୍ଷା ଅଧିକାର ଆଇନର ସୁପରିଚାଳନା, ମୌଳିକ ସ୍ବାସ୍ଥ୍ୟ ସେବା ଓ ଅନ୍ୟ ସମସ୍ୟା ସମ୍ପର୍କରେ ପୋଷ୍ଟ୍‌କାର୍ଡରେ ଚିଠି ଲେଖି ୧୭ ଜିଲ୍ଲାର ଅଧିବାସୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଇଛନ୍ତି। ଏହି ୧୭ଟି ଜିଲ୍ଲାର ୭୪ଟି ବ୍ଲକରୁ ଶିକ୍ଷା ଓ ସ୍ବାସ୍ଥ୍ୟ ସମ୍ପର୍କିତ ୩୭୯୩୦ଟି ପୋଷ୍ଟକାର୍ଡ ସଂଗ୍ରହ କରାଯାଇ ପିଏମ୍‌ଜି ଛକସ୍ଥିତ ଡାକ ଅଫିସରେ ପକାଯାଇଛି। ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ପକ୍ଷରୁ ଆଜି ରେଡ୍‌କ୍ରସ୍‌ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଏହି ୧୭ଟି ଜିଲ୍ଲାର ବହୁ ସଂଖ୍ୟକ ଲୋକଙ୍କୁ ଏକାଠି କରି ସେମାନେ ଲେଖିଥିବା ସମସ୍ୟାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି। ରାଜ୍ୟ ସରକାର ‘୫-ଟି’ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ସୁଧାରିବା ପାଇଁ ଲୋକଙ୍କଠାରୁ ମତାମତ ଲୋଡ଼ୁଥିବା ହେତୁ ପୋଷ୍ଟକାର୍ଡ ମାଧ୍ୟମରେ ନିଜ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ପାଇଁ ଏହା ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ଓଡ଼ିଶା ଶ୍ରମଜୀବୀ ସଂଗଠନର ରାଜ୍ୟ ଆବାହକ ଅଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ବିଜୟ ବହିଦାର, ମହିଳା ଶ୍ରମଜୀବୀ ମଞ୍ଚର ରାଜ୍ୟ ସଭାପତି ଶାନ୍ତି ଭୋଇ, ସାମାଜିକ କର୍ମୀ ଧୀରେନ୍ଦ୍ର ପଣ୍ଡା, ଗୌରାଙ୍ଗ ମହାପାତ୍ର ଓ ଖାଦ୍ୟ ଅଧିକାର ଅଭିଯାନର ରାଜ୍ୟ ଆବାହକ ରାଜକିଶୋର ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe