୩୮୫କୋଟି ଠକେଇ ଘଟଣା: ଅମ୍ରିତା କିଣ୍ଡୋଙ୍କୁ ଜାମିନ୍

Advertisment
୩୮୫କୋଟି ଠକେଇ ଘଟଣା: ଅମ୍ରିତା କିଣ୍ଡୋଙ୍କୁ ଜାମିନ୍

ଭୁବନେଶ୍ବର: ମହିଳା ଏସ୍‌ଏଚ୍‌ଜିକୁ ଋଣ ଦେବା ତଥା କୃଷି ଓ ଦୁଗ୍ଧ ଚାଷୀଙ୍କ ନାଁରେ ୩୮୫କୋଟି ଟଙ୍କା ହଡ଼ପ କରିଥିବା ମୁଖ୍ୟ ଅଭିଯୁକ୍ତ ଦୀପକ କିଣ୍ଡୋଙ୍କ ପତ୍ନୀ ଅମ୍ରିତାଙ୍କୁ ଆଜି ଜାମିନ ମିଳିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭୁବନେଶ୍ବର ଜେଏମ୍‌ଏଫ୍‌ସିର ବିଚାରପତି ପ୍ରିୟଦର୍ଶିନୀ କୁମ୍ଭାର ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି। ନଗଦ ୨୦ଲକ୍ଷ ଟଙ୍କାର ବ୍ୟାଙ୍କ୍ ଜମା, ୩୦ହଜାର ଟଙ୍କା ସହିତ ୨ଜଣ ଜାମିନଦାରଙ୍କ ମୁଚାଲିକାରେ ଅମ୍ରିତାଙ୍କୁ ଜାମିନ୍ ମିଳିଛି। ଅପରପଟେ ଅମ୍ରିତାଙ୍କର ଏହା ଦ୍ବିତୀୟ ଜାମିନ୍ ଆବେଦନ ଥିଲା।

ପୂର୍ବରୁ ମାର୍ଚ୍ଚ ୧୦ତାରିଖ ସେ ନିମ୍ନ ଅଦାଲତରେ ଜାମିନ ଆବେଦନ କରିଥିବା ବେଳେ ତାହା ନାମଞ୍ଜୁର ହୋଇଥିଲା। କାରଣ ଠକେଇର ମୁଖ୍ୟ ଅଭିଯୁକ୍ତ ତଥା ଅମ୍ରିତାଙ୍କ ସ୍ବାମୀ ଦୀପକ ଫେରାର୍ ଥିଲେ। ଦୀପକଙ୍କୁ ଇଓଡବ୍ଲୁ ଗିରଫ କରିବା ପରେ ମେ’ରେ ଦୀପକ ନିଜେ ଜାମିନ ଆବେଦନ କରିଥିଲେ ହେଁ ଖାରଜ ହୋଇଥିଲା। ପରେ ଅମ୍ରିତା ହାଇକୋର୍ଟରେ ଆବେଦନ କରିବା ପରେ ସର୍ତ୍ତମୂଳକ ଭାବେ ଜାମିନ ମିଳିଛି।

ନିମ୍ନ କୋର୍ଟରେ ତାଙ୍କ ପାସପୋର୍ଟ ହସ୍ତାନ୍ତର କରିବା ସହିତ ଆବଶ୍ୟକ ସ୍ଥଳେ କୋର୍ଟରେ ହାଜର ହେବା ସର୍ତ୍ତରେ ଅମ୍ରିତା ଜାମିନ୍ ପାଇଛନ୍ତି। ଅପରପଟେ ତାଙ୍କ ସ୍ବାମୀ ଦୀପକ ଏବେ ବି ଜେଲ୍‌ରେ ଥିବା ଜଣାପଡ଼ିଛି। ଅମ୍ରିତାଙ୍କ ପକ୍ଷରୁ ଆଇନଜୀବୀ ଦିବ୍ୟଆନନ୍ଦ ମିଶ୍ର ଓ ଆଶୁତୋଷ ମହାନ୍ତି ମାମଲାର ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe