ଆରମ୍ଭ ହେଲା ତୃତୀୟ ଭୁବନେଶ୍ୱର ବାଣିଜ୍ୟ ମେଳା

Advertisment
ଆରମ୍ଭ ହେଲା ତୃତୀୟ ଭୁବନେଶ୍ୱର ବାଣିଜ୍ୟ ମେଳା

ଭୁବନେଶ୍ୱର : ‘ତୃତୀୟ ଭୁବନେଶ୍ୱର ବାଣିଜ୍ୟ ମେଳା’ ଆଜି ଜନତା ମଇଦାନଠାରେ ଉଦ୍‌ଘାଟିତ ହୋଇଯାଇଛି। ଉତ୍ତର ଭୁବନେଶ୍ୱର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ମେଳାରେ ରାଜ୍ୟର କୁଶଳୀ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ, ହସ୍ତତନ୍ତ ତଥା ଘର ସାମଗ୍ରୀ ପ୍ରଦର୍ଶିତ ହେବା ସହିତ ଦେଶ ତଥା ବିଦେଶରୁ ବହୁ ହସ୍ତଶିଳ୍ପୀ ଓ ହସ୍ତକଳା କାରିଗର ଯୋଗ ଦେଇଛନ୍ତି। ପ୍ରାୟ ୪୦୦ଟି ଷ୍ଟଲ୍‌ ମେଳା ପରିସରରେ ଖୋଲିବା ସହ ମେଳା ପରିସରକୁ ସେଲ୍‌ଫି ଜୋନ୍‌, ହ୍ୟାଣ୍ଡଲୁମ୍‌ ଜୋନ୍‌, ଫର୍ନିଚର ଜୋନ୍‌, ଇଣ୍ଟେରିୟର୍‌ ଜୋନ୍‌, କିଡ୍ସ ପ୍ଲେ ଜୋନ୍‌ ଓ ଫୁଡ୍‌ ଜୋନ୍‌ ଆଦି ୬ଟି ବିଭାଗରେ ବିଭକ୍ତ କରାଯାଇଛି। ରାଜଧାନୀବାସୀଙ୍କୁ ନୂଆ କିଛି ଦେବା ପାଇଁ ଚଳିତ ବର୍ଷ ପାକିସ୍ତାନ, ଆଫଗାନିସ୍ତାନ, ତୁର୍କି, ବାଂଲାଦେଶ, ମାଲେସିଆ, ଶ୍ରୀଲଙ୍କା ଓ ଥାଇଲାଣ୍ଡ ଆଦିରୁ କାରିଗରମାନେ ଆସି ନିଜ ଅଞ୍ଚଳର ପ୍ରସିଦ୍ଧ ହସ୍ତ ତିଆରି ସାମଗ୍ରୀକୁ ପ୍ରଦର୍ଶିତ କରୁଛନ୍ତି।

ଆଜିର ଉଦ୍‌ଘାଟନୀ ଉତ୍ସବରେ ଟରଣ୍ଟୋର ଏମ୍‌ଡି ଓ୍ଵାଇ ମହାପାତ୍ର, କିଡ୍‌ସ୍‌ର ଏମ୍‌ଡି ମମତା ତ୍ରିପାଠୀ, ମୁରାର୍କାର ଏମ୍‌ଡି ସୁନିଲ୍‌ ମୁରାର୍କା, ଶୁଭେନ୍ଦୁ ରାୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଟ୍ରଷ୍ଟର ନିର୍ଦ୍ଦେଶକ ସୁଜିତ ଗୁପ୍ତା, ଏମ୍‌ଡି ପାୟଲ ଆଚାର୍ଯ୍ୟ, ଉପଦେଷ୍ଟା ରଶ୍ମିରଞ୍ଜନ କାନୁନ୍‌ଗୋ, ଗ୍ଲାମର୍‌ ୭୭ର ସଞ୍ଜୟ ମହାକୁଡ଼ ଓ ମେଳାର ସଂଯୋଜକ ଚନ୍ଦ୍ରମଣି ପ୍ରଧାନ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ। ଏହା ଆସନ୍ତା ୧୫ ଯାଏଁ ଚାଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe