ଜାମ୍ବୋରିର ତୃତୀୟ ଦିବସ : ଫ୍ରୁଟ୍‌ ସାଲାଡ୍‌ ଡେକୋରେସନ୍‌ ପ୍ରତିଯୋଗିତା

ଜାମ୍ବୋରିର ତୃତୀୟ ଦିବସ : ଫ୍ରୁଟ୍‌ ସାଲାଡ୍‌ ଡେକୋରେସନ୍‌ ପ୍ରତିଯୋଗିତା

ଚନ୍ଦ୍ରଶେଖରପୁର : ପୂର୍ବତଟ ରେଳପଥ ପକ୍ଷରୁ ମଞ୍ଚେଶ୍ୱର ଖେଳପଡ଼ିଆରେ ଆୟୋଜିତ ୧୮ତମ ସର୍ବଭାରତୀୟ ରେଳବାଇ ଭାରତ ସ୍କାଉଟ୍‌ ଓ ଗାଇଡ୍‌ ଜାମ୍ବୋରିିର ତୃତୀୟ ଦିବସରେ ଏକ ଫ୍ରୁଟ୍‌ ସାଲାଡ୍‌ ଡେକୋରେସନ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ସୃଜନଶୀଳତା ପ୍ରଦର୍ଶନ କରିଥିଲେ। ସେହିପରି ଆଜି ସ୍ୱେଚ୍ଛାସେବୀମାନେ ରୁଟ୍‌ ମାର୍ଚ୍ଚ କରିବା ସହିତ ରେଳ ସଦନଠାରେ ସ୍ୱଚ୍ଛ ଭାରତ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। ପ୍ରଥମଥର ପାଇଁ ରାଜ୍ୟରେ ଆୟୋଜିତ ଏହି ମେଗା କାର୍ଯ୍ୟକ୍ରମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe