କୁଖ୍ୟାତ ଲୁଟେରା ଚିଙ୍ଗୁଡ଼ି, ସୋନୁ ସମେତ ୪ ଗିରଫ

Advertisment

ଡକାୟତି ଉଦ୍ୟମ ପଣ୍ଡ: ଖଣ୍ଡା, କଟୁରି, ରଡ୍‌, ଲଙ୍କାଗୁଣ୍ଡ ଜବତ

ଡକାୟତି ଉଦ୍ୟମ ପଣ୍ଡ: ଖଣ୍ଡା, କଟୁରି, ରଡ୍‌, ଲଙ୍କାଗୁଣ୍ଡ ଜବତ

କୁଖ୍ୟାତ ଲୁଟେରା ଚିଙ୍ଗୁଡ଼ି, ସୋନୁ ସମେତ ୪ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ଓ ଉପକଣ୍ଠ ଅଞ୍ଚଳରେ ଚୋରି, ଡକାୟତି, ଛିନ୍‌ତାଇ, ରାହାଜାନି କରୁଥିବା ୪ କୁଖ୍ୟାତ୍ ଲୁଟେରାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ। ସେମାନେ ହେଲେ ଡୁମୁଡୁମା ସୁବାସନଗର ବସ୍ତିର ଲିଙ୍ଗରାଜ ଦଳେଇ ଓରଫ୍ ଚିଙ୍ଗୁଡ଼ି, ଇନ୍‌ଫୋଭ୍ୟାଲି ଥାନା ଯାଁଳା ଅଞ୍ଚଳର ଦେବାଶିଷ ପୂଜାପଣ୍ଡା ଓରଫ୍ ସୋନୁ, ଖୋର୍ଦ୍ଧା ବୋଲଗଡ଼ ମାଣିକଗୋଡ଼ା ଅଞ୍ଚଳର ବିଦେଶୀ ଦଳେଇ ଓ ଡୁମୁଡୁମା ହାଉସିଂବୋର୍ଡ କଲୋନି ଫେଜ୍‌-୪ ଅଞ୍ଚଳର ବିଜ୍ଞାନ ରଂଜନ ଦାସ। ପୁଲିସ ଏହି ଗ୍ୟାଙ୍ଗ୍‌ ପାଖରୁ ଖଣ୍ଡା, କଟୁରି, ରଡ୍‌ ଭଳି ମାରଣାସ୍ତ୍ର ସହ ଲଙ୍କାଗୁଣ୍ଡ ଓ ବାଇକ୍‌ ଜବତ କରିଛି।

ପୁଲିସ ସୂଚନାନୁସାରେ ଏହି ଗ୍ୟାଙ୍ଗ୍‌ ଗତକାଲି ବିଳମ୍ବିତ ରାତିରେ ଆଇଗିଣିଆ ମଶାଣି ନିକଟରେ ଏକାଠି ହୋଇଥିଲେ। ଏକ ବଡ଼ଧରଣର ଡକାୟତି କରିବାକୁ ଯୋଜନା ଚଳାଇଥିଲେ। ବିଶ୍ବସ୍ତସୂତ୍ରରୁ ଖବର ପାଇ ଖଣ୍ଡଗିରି ଥାନା ପୁଲିସ ପକ୍ଷରୁ ଏସ୍‌ଆଇ ସଞ୍ଜୟ କୁମାର ଷଣ୍ଢ ଏକ ସ୍ବତନ୍ତ୍ର ଟିମ୍‌ ଧରି ଘଟଣାସ୍ଥଳକୁ ଛୁଟିଥିଲେ। ଅଭିଯୁକ୍ତମାନେ ଖସିବାକୁ ଉଦ୍ୟମ କରିଥିଲେ ବି ପୁଲିସ ଟିମ୍‌ ଘେରିଯିବାରୁ ଧରାପଡ଼ିଯାଇଥିଲେ। ଆଳୁଗଦିକୁ ଆସୁଥିବା ଗାଡ଼ି କିମ୍ବା ଉକ୍ତ ଅଞ୍ଚଳରେ ଗଢ଼ି ଉଠିଥିବା ଆବାସିକ କଲୋନିଗୁଡ଼ିକର କୌଣସି ଘରକୁ ଟାର୍ଗେଟ୍‌ କରି ସେମାନେ ଲୁଟ୍‌ପାଟ କରିବାକୁ ଏକାଠି ହୋଇଥିବା ଜଣାପଡ଼ିଥିଲା। ଖଣ୍ଡଗିରି ଥାନା ପୁଲିସ ପକ୍ଷରୁ କୁହାଯାଇଛି ‌ଯେ ଗିରଫ ହୋଇଥିବା ଯୁବକମାନେ ପୂର୍ବରୁ ଅନେକ ଥର ଡକାୟତି ଓ ରାହାଜାନୀ କରି ଗିରଫ ହୋଇଛନ୍ତି। ଏମାନେ ଖଣ୍ଡଗିରି ଓ ଅନ୍ୟ ଥାନା ଅଞ୍ଚଳରେ ଦିନରେ ବୁଲାବୁଲି କରି ରେକି କରିଥାନ୍ତି ଏବଂ ରାତିରେ ଟାର୍ଗେଟ୍‌ ଘରୁ ଡକାୟତି କରିଥା’ନ୍ତି। ଡକାୟତି କଲାବେଳେ ଏମାନେ ମାରଣାସ୍ତ୍ରରେ ଆକ୍ରମଣ କରିବା ଅଭିଯୋଗ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe