ମହିଳାଙ୍କ ଘରେ ପଶି ଆକ୍ରମଣ ଓ ଭଙ୍ଗାରୁଜା, ୨ ମହିଳାଙ୍କ ସମେତ ୪ ଗିରଫ

Advertisment

ପତ୍ନୀଙ୍କୁ ମାଡ଼ମାରି ସ୍ବାମୀ ଗିରଫ

ପତ୍ନୀଙ୍କୁ ମାଡ଼ମାରି ସ୍ବାମୀ ଗିରଫ

ମହିଳାଙ୍କ ଘରେ ପଶି ଆକ୍ରମଣ ଓ ଭଙ୍ଗାରୁଜା, ୨ ମହିଳାଙ୍କ ସମେତ ୪ ଗିରଫ

India Today

ଭୁବନେଶ୍ବର : ପିଡବ୍ଲ୍ୟୁଡି କଲୋନିର ଜଣେ ମହିଳାଙ୍କ ଘରେ ପଶି ଆକ୍ରମଣ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ୨ଜଣ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିଡବ୍ଲ୍ୟୁଡି କଲୋନିର ରବି ସ୍ବାଇଁ(୨୫), କେ ଭୀମା ରେଡ୍ଡି(୪୫), ଲକ୍ଷ୍ମୀ ଭୂୟାଁ(୫୦) ଏବଂ ଭାଗ୍ୟଲକ୍ଷ୍ମୀ ସ୍ବାଇଁ(୫୫)।

ପୁଲିସ ସୂଚନା ମୁତାବକ, କିଛିଦିନ ହେବ ସ୍ଥାନୀୟ ଅଞ୍ଚଳର ସସ୍ମିତା ଜେନାଙ୍କ ପରିବାର ଓ ଲକ୍ଷ୍ମୀ ଭୂୟାଁ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ତେବେ ବୁଧବାର ସନ୍ଧ୍ୟାରେ ଲକ୍ଷ୍ମୀ, ଭାଗ୍ୟଲକ୍ଷ୍ମୀ, ରେଡ୍ଡୀ ଓ ରବି ତାଙ୍କ ଘରେ ପଶି ଗାଳିଗୁଲଜ କରିଥିଲେ। ପ୍ରତିବାଦ କରିବାରୁ ସଂଘବଦ୍ଧ ଭାବେ ତାଙ୍କୁ ନିସ୍ତୁକ ମାଡ଼ମାରିଥିଲେ। ଏହାପରେ ତାଙ୍କ ଘରର ସମସ୍ତ ଆସବାବପତ୍ର ଭାଙ୍ଗିଦେଇଥିଲେ। ଏନେଇ ସସ୍ମିତା ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବ‌େ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ତନାଘନା ଜାରି ରଖିଛି।

ପତ୍ନୀଙ୍କୁ ମାଡ଼ମାରି ସ୍ବାମୀ ଗିରଫ

ଭୁବନେଶ୍ବର : ପତ୍ନୀଙ୍କୁ ମାଡ଼ମାରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ସ୍ବାମୀକୁ ଗିରଫ କରିଛି। ସେ ହେଲା ହଳଦୀପଡ଼ିଆ ବସ୍ତିର ବଂଶୀଧର ପ୍ରଧାନ(୪୦)। ଦୀର୍ଘଦିନ ହେବ ପାରିବାରିକ ସମସ୍ୟାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିରହିଥିଲା। ତେବେ କୌଣିସ କାରଣକୁ ନେଇ ବୁଧବାର ରାତିରେ ବଂଶୀଧର ପତ୍ନୀ କନକ ପ୍ରଧାନଙ୍କୁ ଗାଳିଗୁଲଜ କରିଥିଲା। ଉଭୟଙ୍କ ମଧ୍ୟରେ କଥା କଟାକଟିରୁ ହାତାହ‌ାତି ପର୍ଯ୍ୟନ୍ତ କଥା ବଢ଼ିଥିଲା। ବଂଶୀଧର ରାଗିଯାଇ କନକଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ଏନେଇ କନକ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe