ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ରାଜଧାନୀରେ ଆଜି ରାଜ୍ୟରେ ସବୁଠାରୁ ଅଧିକ ବର୍ଷା ହୋଇଛି। ଗତ ୪ଘଣ୍ଟାରେ ରାଜଧାନୀରେ ୪୦ ମିମି ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ। ଲଘୁଚାପ ଯୋଗୁଁ ଆଜି ରାଜଧାନୀର ପାଗ ମୁଖ୍ୟତଃ ମେଘୁଆ ରହିଥିଲା। ଅପରାହ୍ନ ପ୍ରାୟ ଗୋଟାଏରେ ପ୍ରବଳ ବର୍ଷିା ହୋଇଥିଲା। ଅପରାହ୍ନ ୩ଟା ପର୍ଯ୍ୟନ୍ତ ବର୍ଷା ଲାଗି ରହିଥିଲା। ବର୍ଷା ଯୋଗୁଁ ରାଜଧାନୀର ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ନୂଆପଲ୍ଲୀ, ପୁରୁଣା ଭୁବନେଶ୍ୱର, ବେହେରା ସାହି, ଇସ୍କନ ମନ୍ଦିର ସମ୍ମୁଖ, ଜିଜିପି କଲୋନି, ଲକ୍ଷ୍ମୀସାଗର, ବାଲିତୋଟା ସାହି, ଭୋଇ ନଗର, ପାଣ୍ଡରା, ସାଲିଆ ସାହି ଓ ସତ୍ୟବିହାର ଭଳି ଅଞ୍ଚଳରେ ପାଣି ଜମିଥିଲା। ରାଜଧାନୀର କିଛି ତଳିଆ ଅଞ୍ଚଳରେ ଘର ଭିତରେ ପାଣି ପଶି ଯାଇଥିଲା। ଇସ୍କନ୍ ମନ୍ଦିର ସମ୍ମୁଖ ରାସ୍ତା ଆଜି ମଧ୍ୟ ବର୍ଷା ପାଣି ଲହଡ଼ି ମାରିଥିଲା। ସ୍ଥାନୀୟ ଅଞ୍ଚଳରେ ବେଶ୍ କିଛି ସମୟ ପାଇଁ ଜଳବନ୍ଦୀ ହୋଇଯାଇଥିଲା। ଆଜି ସକାଳ ସାଢ଼େ ୮ଟାରୁ ଅପରାହ୍ଣ ସାଢ଼େ ୫ଟା ସୁଦ୍ଧା ରାଜଧାନୀରେ ୪୦ ମିମି ବର୍ଷା ହୋଇଥିବା ଭୁବନେଶ୍ୱରସ୍ଥିତ ପାଣପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ରାଜଧାନୀ ଆକାଶ ମେଘୁଆ ରହିବ। ବର୍ଷା ହେବାର ସମ୍ଭାବନା ରହିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us