ବାଲିଅନ୍ତା : ବାଳକାଟି ବଜାରରେ ଏଇ କିଛି ଦିନ ହେବ ଏକ ପାଗଳା କୁକୁରର ଉତ୍ପାତ ଯୋଗୁଁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଗତ ସପ୍ତାହକ ମଧ୍ୟରେ ଏହି କୁକୁର ଏକାଧିକ ଲୋକଙ୍କୁ କାମୁଡ଼ି ଆହତ କଲାଣି। ଆଜି ଦିନକ ମଧ୍ୟରେ ୪ ଜଣଙ୍କୁ କାମୁଡ଼ି ଥିବା ଗ୍ରାମବାସୀ କହିଛନ୍ତି। ଆହତମାନଙ୍କ ମଧ୍ୟରେ ଅଛନ୍ତି ସ୍ଥାନୀୟ ନୂଆପାଟଣା ଗ୍ରାମର ଜିତୁ ବାରିକ୍(୪୦), ମାହଲସାହିର ଜଣେ ବ୍ୟକ୍ତିଙ୍କ ସହିତ ଅଠରଘରିଆ ସାହିର ଏକ ନାବାଳିକା ଓ ରଣପୁର ଗ୍ରାମର ଜଣେ ଯୁବକ ଅଛନ୍ତି। ଜିତୁ ବଜାର ରାସ୍ତା ଦେଇ କୁକୁଡ଼ା ଫାର୍ମକୁ ଯାଉଥିବା ବେଳେ ଏହି କୁକୁର କାମୁଡ଼ାର ଶିକାର ହୋଇଥିଲେ। ସେହପରି ରଣପୁର ଯୁବକ ଜଣକ ଅସୁସ୍ଥ ମଆଙ୍କ ଓଷଧ ନେବା ପାଇଁ ବଜାରକୁ ଆସି ଆହତ ହୋଇଥିଲେ। କୁକୁରକୁ ଚିକିତ୍ସା କରି ତୁରନ୍ତ ସୁସ୍ଥ କରିବା ଦିଗରେ ବାଳକାଟି ପ୍ରାଣୀ ଚିକିତ୍ସା ଅଧିକାରୀ ଦୃଷ୍ଟି ଦେବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us