ବାରଙ୍ଗ: ରବିବାର ବିଳମ୍ବିତ ରାତିରେ ବାରଙ୍ଗ ବ୍ଲକ ଦାଢ଼ାପାଟଣା ପଞ୍ଚାୟତ ତେଲେଙ୍ଗା ସାହିବସ୍ତିରେ ଘଟିଥିବା ଅଗ୍ନିକାଣ୍ଡରେ ୪ବଖରା ଚାଳ ଘର ଜଳି ଯାଇଛି। ବିଳମ୍ବିତ ରାତି ହୋଇଥିଲେ ହେଁ ଏହି ଭୟଙ୍କର ଅଗ୍ନିକାଣ୍ଡରୁ ସୌଭାଗ୍ୟବଶତଃ ପୀତବାସ ପ୍ରଧାନ ପରିବାର ବର୍ତ୍ତି ଯାଇଛି। ମାତ୍ର ଘର ସହ ସମସ୍ତ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ସୂଚନାନୁସାରେ, ଘର ପଛ ପଟରୁ ନିଆଁ ଲାଗିଥିଲା। ନିଆଁ ପୂରା ଘରକୁ ବ୍ୟାପିବା ପୂର୍ବରୁ ସୌଭାଗ୍ୟକୁ ସେମାନଙ୍କର ନିଦ ଭାଙ୍ଗି ଯାଇଥିଲା। ତେଣୁ ଜୀବନ ବଞ୍ଚାଇବାକୁ ଯାଇ ବିକଳରେ ସେମାନେ ଘର ଭିତରୁ ସିଧାସଳଖ ବାହାରକୁ ଧାଇଁ ଆସିଥିଲେ। ନିଆଁ ପୂରା ଘରକୁ ଘେରି ଯାଇଥିବାରୁ ସେମାନେ ଆଉ କିଛି ଜିନିଷ ବାହାର କରିବା ସମ୍ଭବ ହୋଇନଥିଲା। ତେଣୁ ଘର ଭିତରେ ଥିବା ସବୁ ଜିନିଷପତ୍ର (ଲକ୍ଷାଧିକ ଟଙ୍କା ମୂଲ୍ୟର ସମ୍ପତ୍ତି) ପୋଡ଼ି ଛାରଖାର ହୋଇଯାଇଥିଲା। ଦମକଳ ବାହିନୀ ନିଆଁକୁ ଆୟତ୍ତ କଲା ବେଳକୁ ସବୁ କିଛି ପାଉଁଶ ପାଲଟି ଯାଇଥିଲା। ଏବେ ପିନ୍ଧା ଲୁଗାକୁ ଛାଡ଼ି ଦେଲେ ସେମାନଙ୍କ ପାଖରେ ଆଉ କିଛି ନାହିଁ। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣା ପଡ଼ିନାହିଁ। କିନ୍ତୁ ଘରେ କେହି ନିଆଁ ଲଗାଇ ଦେଇଛି ବୋଲି ପୀତବାସ ଅଭିଯୋଗ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us