୫ ଶିକାରୀଙ୍କଠାରୁ ୪ କଇଁଛ ଉଦ୍ଧାର

ଶିକାରୀଙ୍କୁ ଛାଡ଼ିଦେଲା ବନ ବିଭାଗ

୫ ଶିକାରୀଙ୍କଠାରୁ ୪ କଇଁଛ ଉଦ୍ଧାର

publive-imageଭୁବନେଶ୍ୱର : ପୁରୀ ଜିଲ୍ଲା କଣାସ ବ୍ଲକ୍‌ ତ୍ରିଲୋଚନପୁର ଗ୍ରାମର ଏକ ଜୋର ଓ ପୋଖରୀରୁ ୫ଜଣ ବ୍ୟକ୍ତି ପଙ୍କୁଆ କଇଁଛ ଧରୁଥିବା ବେଳେ ତାଙ୍କୁ ସ୍ନେକ୍‌ ହେଲ୍‌ପଲାଇନ୍‌ର ସଦସ୍ୟମାନେ ଅଟକ ରଖି ବନ ବିଭାଗକୁ ଖବର ଦେଇଥିଲେ। ବନରକ୍ଷୀ ଘଟଣାସ୍ଥଳରେ ପହଞ୍ଚି ସେହି ବ୍ୟକ୍ତିମାନଙ୍କ ନିକଟରୁ ୪ଟି କଇଁଛ ଉଦ୍ଧାର କରିଥିଲେ। କଇଁଛଗୁଡ଼ିକ ବନ୍ୟଜନ୍ତୁ ସଂରକ୍ଷଣ ଆଇନ ୧୯୭୨ ଅନୁଯାୟୀ ତଫସିଲ ୧ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ବନ ବିଭାଗ କଇଁଛ ଶିକାରରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତେ ଛାଡ଼ି ଦେଇଛି। କଇଁଛଗୁଡ଼ିକୁ ମଧ୍ୟ ବନ ବିଭାଗ ସ୍ଥାନୀୟ ପୋଖରୀରେ ଛାଡ଼ି ଦେଇଥିବା ଜଣଯାଇଛି।

ପୂର୍ବରୁ କଇଁଛ ଶିକାର କରିଥିବା କିମ୍ବା ଘରେ ରଖିଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବାର ନଜିର ରହିଥିଲେ ମଧ୍ୟ ଏ କ୍ଷେତ୍ରରେ ସଂପୃକ୍ତ ଶିକାରୀଙ୍କୁ ଛାଡ଼ି ଦେବା ଠିକ୍‌ ହୋଇନି ବୋଲି ସ୍ନେକ୍‌ ହେଲ୍‌ପଲାଇନ୍‌ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୩ ମସିହା ମେ ୧୮ ତାରିଖରେ ବାଲେଶ୍ୱରର ଏକ ଟ୍ୟାଙ୍କ୍‌ରୁ ୪୦ଟି କଇଁଛ ଉଦ୍ଧାର କରାଯାଇ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଜଗନ୍ନାଥ ଏକ୍ସପ୍ରେସ୍‌ରୁ ମଧ୍ୟ ୫୦ଟି କଇଁଛ ଉଦ୍ଧାର କରାଯିବା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। କିନ୍ତୁ କଣାସରେ ସଂପୃକ୍ତ ୫ ଶିକାରୀଙ୍କୁ ବନ ବିଭାଗ ଛାଡ଼ି ଦେବାକୁ ସ୍ନେକ୍‌ ହେଲ୍‌ପ ଲାଇନ୍‌ ସହଜରେ ଗ୍ରହଣ କରିପାରିନାହିଁ। ସଂପୃକ୍ତ ଶିକାରୀଙ୍କ ବିଚାର ଅଦାଲତ ଉପରେ ନଛାଡ଼ି ନିଜେନିଜେ ନିଷ୍ପତ୍ତି ନେବା ଆଇନ୍‌ ବିରୁଦ୍ଧ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe