୩ ପଞ୍ଚାୟତର ୪ ଗାଁ ୭ ଦିନ ପାଇଁ ସିଲ୍‌

୩ ପଞ୍ଚାୟତର ୪ ଗାଁ ୭ ଦିନ ପାଇଁ ସିଲ୍‌

Representative image

ବାଲିପାଟଣା: ସ୍ଥାନୀୟ ଅଞ୍ଚଳରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଜିଲ୍ଲା ପ୍ରଶାସନ ଅଧିକ ତତ୍ପର ହୋଇପଡ଼ିଛି। ତେଣୁ ଭୁବନେଶ୍ୱର ଉପ ଜିଲ୍ଲାପାଳ ଦେବବ୍ରତ ସାହୁଙ୍କ ନିର୍ଦେଶକ୍ରମେ ଏହି ବ୍ଲକରେ ୩ଟି ପଞ୍ଚାୟତର ୪ଟି ଗାଁ କୁ ୭ ଦିନ ପାଇଁ ସିଲ୍‌ କରାଯାଇଛି। ଅନ୍ୟପକ୍ଷରେ ପଜିଟିଭ୍‌ ଚି଼ହ୍ନଟ ବାବଦ ଖବର ଦେବାକୁ ଯାଉଥିବା ସ୍ୱାସ୍ଥ୍ୟକର୍ମୀମାନେ ଲୋକଙ୍କ ରୋଷର ଶିକାର ହେବାକୁ ପଡୁଥିବା‌ ଅଭିଯୋଗ ହେଉଛି। ପଜିଟିଭ୍‌ ଚି଼ହ୍ନଟ ବ୍ୟକ୍ତି ଓ ସେମାନଙ୍କ ସଂସ୍ପର୍ଶରେ ଆସୁଥିବା ପରିବାର ଲୋକେ ସଙ୍ଗରୋଧରେ ନ ରହି ଏଣେତେଣେ ବୁଲାବୁଲି କରୁଛନ୍ତି। ଫଳରେ ସ୍ଥାନୀୟ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହେଉଛି।

ସୂଚନାନୁସାରେ କେତେକ ସ୍ଥାନରେ ସ୍ୱାବ୍‌ ଟେଷ୍ଟ ରିପୋର୍ଟକୁ ଲୋକେ ମାନିବାକୁ ନାରାଜ ହେଉଛନ୍ତି। ସୂଚନା ଦେବାକୁ ଯାଇଥିବା କର୍ମଚାରୀଙ୍କୁ ରିପୋର୍ଟ ଦେଖାଇବାକୁ କହି ନାନା ଅବାନ୍ତର ଯୁକ୍ତି କରୁଛନ୍ତି। ଆଜି ବାଲିପାଟଣା ତହସିଲଦାର ସୁନିତା ଜେନା, ଅତିରିକ୍ତ ତହସିଲଦାର ସ୍ନେହଲତା ଆଚାର୍ଯ୍ୟ କୁରୁଞ୍ଜିପୁର ପଞ୍ଚାୟତର ଗୋଟିଏ ଗାଁକୁ ଯାଇ ଅବୁଝା ଲୋକଙ୍କୁ ବୁଝାଇଥିଲେ। ପରେ ସେମାନଙ୍କ ଉପସ୍ଥିତିରେ ଉକ୍ତ ଗ୍ରାମକୁ ୭ ଦିନ ପାଇଁ ସିଲ୍‌ କରାଯାଇଥିଲା। ୨୧ ତାରିଖ ପର୍ଯ୍ୟନ୍ତ ମାର୍ଥାପୁର ପଞ୍ଚାୟତ ଓ ତୁରିନ୍ତିରା ପଞ୍ଚାୟତର ୨ ଟି ଗାଁ, ଏବଂ ୨୨ ତାରିଖ ପର୍ଯ୍ୟନ୍ତ କୁରୁଞ୍ଜିପୁର ପଞ୍ଚାୟତ ଓ ତୁରିନ୍ତିରା ପଞ୍ଚାୟତର ଆଉ ୨ ଗାଁ କୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଉକ୍ତ ଗ୍ରାମକୁ ବାହାର ବ୍ୟକ୍ତିଙ୍କ ପ୍ରବେଶ ଓ ଗାଁ ଲୋକଙ୍କୁ ବାହାରେ ବୁଲାବୁଲି ନ କରିବା ପାଇଁ ପ୍ରଶାସନ ପକ୍ଷରୁ ସତର୍କ କରାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଏହି ବ୍ଲକରେ ମୋଟ ୪୫୮ ଜଣ ପଜିଟିଭ୍‌ ଚି଼ହ୍ନଟଙ୍କ ମଧ୍ୟରୁ ୩୪୮ ଜଣ ସୁସ୍ଥ ହେଲେଣି। ୧୧୦ ସକ୍ରିୟ ରୋଗୀଙ୍କ ମଧ୍ୟରୁ ୯୩ ଜଣ ଗୃହ ସଙ୍ଗରୋଧରେ ଓ ଅନ୍ୟ ୧୭ ଜଣ କୋଭିଡ୍‌ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe