ପୁଲିସର ‘ମୋ ସାଇକେଲ୍’ ତନାଘନା: କବାଡ଼ି ଗୋଦାମରୁ ୪୦ ସାଇକେଲ ଜବତ

Advertisment

ଗାଏବ୍ ହୋଇଥିବା ଶହଶହ ସାଇକେଲ୍ ଗଲା କୁଆଡ଼େ? ଆଜି ଦିଲ୍ଲୀରୁ ଆସିପାରନ୍ତି ହେକ୍ସି କର୍ତ୍ତୃପକ୍ଷ

ଗାଏବ୍ ହୋଇଥିବା ଶହଶହ ସାଇକେଲ୍ ଗଲା କୁଆଡ଼େ? ଆଜି ଦିଲ୍ଲୀରୁ ଆସିପାରନ୍ତି ହେକ୍ସି କର୍ତ୍ତୃପକ୍ଷ

କବାଡ଼ିଆକୁ ‘ମୋ ସାଇକେଲ୍‌’ ବିକ୍ରି ପ୍ରସଙ୍ଗ: କାହିଁକି ସତ ଲୁଚାଉଛନ୍ତି କର୍ତ୍ତୃପକ୍ଷ?

ଭୁବନେଶ୍ବର : ରାଜଧାନୀର ରାସ୍ତାକଡ଼ରୁ ‘ମୋ ସାଇକେଲ୍’ ଚୋରି ଏବଂ କବାଡ଼ି ଗୋଦାମରେ ବିକ୍ରି ହେବା ମାମଲାରେ ସହିଦନଗର ପୁଲିସ ତନାଘନା ଆରମ୍ଭ କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ ପୁଲିସ ଡୁମୁଡୁମାର କବାଡ଼ି ଗୋଦାମରେ ଚଢ଼ଉ କରି ୪୦ଟି ସାଇକେଲ୍ ଜବତ କରିଛି। ଏସବୁ ସାଇକେଲକୁ ବିଏମ୍‌ସିକୁ ହସ୍ତାନ୍ତର କରାଯାଇଛି। ଗତ ସପ୍ତାହରେ ରାସ୍ତାକଡ଼ରୁ ଶହଶହ ସାଇକେଲକୁ କବାଡ଼ି ଗୋଦାମକୁ ନିଆଯାଇ ଭାଙ୍ଗି ଖଣ୍ଡଖଣ୍ଡ କରାଯାଇଥିବାର ଖବର ଓ ଭିଡିଓ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବାବେଳେ ଏବେ ସେହି କବାଡ଼ି ଗୋଦାମରୁ ମାତ୍ର ୪୦ଟି ସାଇକେଲ୍ ମିଳିବାକୁ ନେଇ ବଡ଼ ସନ୍ଦେହ ସୃଷ୍ଟି ହୋଇଛି। ଜବତ ହୋଇଥିବା ୪୦ ସାଇକେଲ୍ ଦେଖାଇ ପୁଲିସ ମାମଲାକୁ ଲୋକ‌ଦେଖାଣିଆ ଭାବେ ତଦନ୍ତ କରିବ ନା ଶହଶହ ସାଇକେଲ ଉଭାନ ପଛରେ ଥିବା ଲୋକ ଓ ସଂସ୍ଥାକୁ ସାମ୍ନାକୁ ଆଣିବ ତାହା ଉପରେ ସମସ୍ତଙ୍କ ନଜର ରହିଛି।

ଅପରପକ୍ଷରେ ବର୍ତ୍ତମାନ ହେକ୍ସି କଂପାନିକୁ ଦିଆଯାଇଥିବା ହଜାରେ ସାଇକେଲ୍‌ର ସମସ୍ତ ଟିକିନିଖି ତଥ୍ୟ ଦେବାକୁ ବିଏମ୍‌ସି କମିସନରଙ୍କ ସହ କଥାବାର୍ତ୍ତା କରିବା ପାଇଁ ଆସନ୍ତାକାଲି ହେକ୍ସି କର୍ତ୍ତୃପକ୍ଷ ଦିଲ୍ଲୀରୁ ଭୁବନେଶ୍ବର ଆସିବାର ସମ୍ଭାବନା ରହିଛି। କେତେ ସାଇକେଲ୍ ଦିଆଯାଇଥିଲା ଏବଂ ସେଥି ମଧ୍ୟରୁ କେତେ ସାଇକେଲ୍ ଉଭାନ ହୋଇଛି ତା'ର ତଦାରଖ କରିବା ପରେ ଚୋରି ସାଇକେଲ୍‌ର ଦାମ୍ ଅଥବା ନୂଆ ସାଇକେଲ୍ ଦେବାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ହୋଇପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe