ଭୁବନେଶ୍ୱର: ଦେଶ ମାଟି ପାଇଁ ଜୀବନ ଦେଇଥିବା ସହିଦ ବୀରଙ୍କ ଜନ୍ମମାଟିରୁ ସଂଗୃହୀତ ହୋଇଛି ପବିତ୍ର ମାଟି। ରାଜ୍ୟର ୩୦ରୁ ଊର୍ଧ୍ୱ ଅଞ୍ଚଳରୁ ପଟୁଆର ଓ ଶୋଭାଯାତ୍ରାରେ ମାଟି ଆସି ସ୍ୱାଧୀନତା ସଂଗ୍ରାମୀ ପଡ଼ିଆରେ ପହଞ୍ଚିଛି। ଏହି ମାଟିକୁ ନେଇ ନିର୍ମିତ ହେବ ୪୦ ଫୁଟର ସହିଦ ସ୍ମୃତି ସ୍ତମ୍ଭ। ଅଗଷ୍ଟ ୯ କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀ ସହିଦ ପୀଠର ମାଟି ପକାଇ ସ୍ମୃତି ସ୍ତମ୍ଭର ସ୍ଥାପନା କରିବେ। ପରବର୍ତୀ ପିଢ଼ିଙ୍କୁ ଓଡ଼ିଆ ବୀର ସହିଦଙ୍କ ବାବଦରେ ଅବଗତ କରାଇବା ସହ ବୀରତ୍ୱର ପ୍ରେରଣା ଜାଗ୍ରତ କରିବାରେ ଏହି ସ୍ମୃତି ସ୍ତମ୍ଭ ଏକ ମାଇଲ୍ଖୁଣ୍ଟ ହେବ। ବ୍ରିଟିସ୍ ଶାସନକୁ ବିରୋଧ କରି ସହିଦ ହୋଇଥିବା ଓଡ଼ିଆ ସହିଦ ବୀରଙ୍କ ଜନ୍ମ ମାଟିର ମାଟି ମଧ୍ୟ ଏହି ସ୍ମୃତି ସ୍ତମ୍ଭରେ ରହିବ ବୋଲି ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଭବାନୀ ଚରଣ ପଟ୍ଟନାୟକ କହିଛନ୍ତି। ଆଜି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ସାଂସଦ ଭର୍ତୃହରି ମହତାବ, ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଦେବୀପ୍ରସାଦ ମିଶ୍ର, ପୂର୍ବତନ ସାଂସଦ ରବି ପାଣି, ଆଦିବାସୀ ନେତା ମଙ୍ଗଳା କିସାନ୍, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ଉପେନ୍ଦ୍ର ପାଢ଼ୀଙ୍କ ସମେତ ଅନ୍ୟ ନେତୃବୃନ୍ଦ ଉପସ୍ଥିତ ରହି ସହିଦ ପୀଠର ମାଟିକୁ ସ୍ୱାଗତ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us