ପ୍ଲଟ ଦେବା ନାଁରେ ୪୦ଲକ୍ଷ ଠକେଇ

Advertisment

ନକଲି ଅମିନ ଗିରଫ

ନକଲି ଅମିନ ଗିରଫ

ପ୍ଲଟ ଦେବା ନାଁରେ ୪୦ଲକ୍ଷ ଠକେଇ

Ommcom News

ଭୁବନେଶ୍ବର: ବିଡିଏ ପ୍ଲଟ ଦେବା ନାଁରେ ୪୦ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଜଣେ ନକଲି ଅମିନକୁ ଭରତପୁର ଥାନା ପୁଲିସ ଗିରଫ କରିଛି। ସେ ହେଲା କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ରାଜେଶ କୁମାର ସେଠୀ(୨୬)। ସୂଚନା ମୁତାବକ, ଗତ କରୋନା ମହାମାରୀ ସମୟରେ ସାମାଜିକ କାର୍ଯ୍ୟ କରି ରାଜେଶ ଭରତପୁର ଅଞ୍ଚଳର ରମାକାନ୍ତ ମିଶ୍ରଙ୍କ ସମ୍ପର୍କରେ ଆସିଥିଲା। ସେ ନିଜକୁ ରାଜସ୍ବ ବିଭାଗର ସରକାରୀ ଅମିନ ବୋଲି ପରିଚୟ ଦେଇଥିଲା। ରମାକାନ୍ତ ତାଙ୍କୁ ବିଶ୍ବାସ କରିନେଇଥିଲେ।

ଏହାର ସୁଯୋଗ ନେଇ ସେ ରମାକାନ୍ତଙ୍କୁ କଳିଙ୍ଗନଗର ଅଞ୍ଚଳରେ ଏକ ବିଡିଏ ଜମି କଣିବାକୁ କହିଥିଲା। ଜମିଦେଖିବା ପରେ ୨୦୨୦ ମସିହାରେ ରମାକାନ୍ତ ପ୍ରଥମେ ତାଙ୍କୁ ୩୦ଲକ୍ଷ ଟଙ୍କା ଦେଇଥିଲେ। ଜମି ପଞ୍ଜୀକରଣ ସମୟରେ ବାକି ୨୦ଲକ୍ଷ ଟଙ୍କା ଦେଇଥାଆନ୍ତେ। ହେଲେ ପଞ୍ଜୀକରଣ ପୂର୍ବରୁ ବିଭିନ୍ନ ଆଳ ଦେଖାଇ ଆଉ ୧୦ଲକ୍ଷ ଟଙ୍କା ନେଇଥିଲା। ଜମି ଦେବାରେ ବିଳମ୍ବ ହେବାରୁ ରମାକାନ୍ତ ଟଙ୍କା ମାଗିବାରୁ ରାଜେଶ ପାଲଟା ଧମକଚମକ ଦେଇଥିଲା। ଏନେଇ ରମାକାନ୍ତ ଭରତପୁର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe