ସଫ୍ଟୱେର୍‌ ଅପ୍‌‌ଡେଟ୍‌ କରୁକରୁ ଆକାଉଣ୍ଟରୁ କଟିଗଲା ୪୦ ହଜାର

Advertisment
ଋଣ ନାଁରେ ଆକାଉଣ୍ଟ୍ ଖୋଲି ଠକେଇ: ପୁଲିସ୍ ପଞ୍ଝାରେ ୩ ସାଇବର୍ ଅପରାଧୀ

Sambad English

ଚନ୍ଦ୍ରଶେଖରପୁର: ପଟିଆ ମାରୁତିବିହାର ଅଞ୍ଚଳ‌ରେ ରହୁଥିବା ଜଣେ ଯୁବକ ହରେକୃଷ୍ଣ ଚୌଧୁରୀ ସାଇବର୍‌ ଠକାମିର ଶିକାର ହୋଇଛନ୍ତି। ସାଇବର୍‌ ଠକ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା ଲୁଟି ନେଇଛି। ଏ ସଂପର୍କରେ ସେ ଇନ୍‌ଫୋସିଟି ଥାନା ସମେତ ସାଇବର୍‌ ସେଲ୍‌ରେ ଅଭିଯୋଗ କରିଛନ୍ତି।

ହରେକୃଷ୍ଣ ଇନ୍‌ଫୋସିଟି କ୍ୟାମ୍ପସ୍ ଭିତରେ ଥିବା ଏକ ସଫ୍ଟୱେର କମ୍ପାନିରେ ଟେକନିସିଆନ୍ ଭାବେ କାର୍ଯ୍ୟ କରନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଗତ ରାତିରେ ତାଙ୍କ ମୋବାଇଲ୍‌ରେ ଥିବା ଏକ ବ୍ୟାଙ୍କିଙ୍ଗ ଆପ୍ଲିକେସନ୍‌ (ଆପ୍‌) ଅପଡେଟ୍‌ କରିବା ପାଇଁ ନୋଟିଫିକେସନ୍‌ ଆସିଥିଲା। ଆଜି ସେ ଆପ୍‌ଟିକୁ ଡାଉନଲୋଡ୍‌ କରିବା ବେଳେ ସେହି ସମୟରେ ମୋବାଇଲ ସ୍କ୍ରିନ୍‌ରେ ଆଉ ଏକ ଆପ୍‌ ଡାଉନ୍‌‌ଲୋଡ୍‌ କରିବା ପାଇଁ ବିକଳ୍ପ ଦେଖାଇଥିଲା। ଆଗପଛ ବିଚାର ନ କରି ହରେକୃଷ୍ଣ ଉକ୍ତ ଆପ୍‌କୁ ଡାଉନ୍‌ଲୋଡ୍‌ କରିବା ସହ ମେସେଜ୍‌ ଆସିଥିବା ଏକ ଓଟିପିକୁ ସେଥିରେ ଭରି ଦେଇଥିଲେ। ଏହାର କିଛି କ୍ଷଣ ପରେ ତାଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା କଟି ଯାଇଥିବା ନେଇ ଏକ ମେସେଜ୍‌ ତାଙ୍କ ମୋବାଇଲ୍‌କୁ ଆସିଥିଲା। ତେବେ ଏ ସଂପର୍କ‌‌ରେ ଅଭିଯୋଗ ହେବା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ହରେକୃଷ୍ଣଙ୍କ ଆକାଉଣ୍ଟରୁ ଟଙ୍କା କେଉଁ ଆକାଉଣ୍ଟକୁ ଯାଇଛି, ସେ ନେଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe