୪୦୦ ଲିଟର ଦେଶୀ ମଦ ଜବତ ୨ ଗିରଫ

Advertisment
୪୦୦ ଲିଟର ଦେଶୀ ମଦ ଜବତ ୨ ଗିରଫ

nayalook.com

ବାରଙ୍ଗ/ତ୍ରିଶୂଳିଆ: ଦେଶୀ ମଦ କାରବାର କରୁଥିବା ଅଭିଯୋଗରେ ବାରଙ୍ଗ ଥାନା ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଆଠଗଡ଼ ଅଞ୍ଚଳର ସୁଜିତ ସାହୁ ଓ ଗାଡ଼ି ଚାଳକ ବିଷ୍ଣୁ ପ୍ରସାଦ ବେହେରା। ପୁଲିସ ସେମାନଙ୍କଠାରୁ ଏକ କାର୍‌, ୧୫ଟି ବ୍ଲାଡର୍‌ ଓ ୨ଟି ଜେରିକେନ୍‌ ଭର୍ତ୍ତି ୪୦୦ ଲିଟର ଦେଶୀ ମଦ ଜବତ କରିଛି। ଜବତ ମଦର ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ପୁଲିସ ସୂଚନାନୁସାରେ ଅଭିଯୁକ୍ତ ସୁଜିତ୍‌ ହେଉଛି ମଦ ବେପାରୀ। ଆଠଗଡ଼ର ଜଙ୍ଗଲ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଏହି ଦେଶୀ ମଦକୁ ସୁଜିତ୍‌ ରାଜଧାନୀ ଭୁବନେଶ୍ବର, ଜଟଣୀ, ଡେଲାଙ୍ଗ, ଖୋର୍ଦ୍ଧା, ବାଣପୁର, ଜଙ୍କିଆ, ବେଗୁନିଆ ଆଦି ବ୍ୟାପକ ଅଞ୍ଚଳକୁ ଚାଲାଣ କରେ।
ଦୀର୍ଘ ଦିନ ପୁଲିସ ତାକୁ ପିଛା କରୁଥିଲେ ହେଁ, ସୁଜିତ୍‌ ପୁଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରୁଥିଲା। ‌ପୂର୍ବରୁ ବହୁଥର ସେ ମଦ ଭର୍ତ୍ତି ଗାଡ଼ି ଛାଡ଼ି ଫେରାର୍ ହୋଇଯିବା ଉଦାହରଣ ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe