ଭୁବନେଶ୍ବରରେ ଆଉ ୪୦୪ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

Advertisment
ଭୁବନେଶ୍ବରରେ ଆଉ ୪୦୪ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ଭୁବନେଶ୍ୱର: ଭୁବନେଶ୍ୱରର ବିଭିନ୍ନ ଅଂଚଳରୁ ଗତ ୨୪ ଘଣ୍ଟାରେ ( ରବିବାର ସକାଳ ୯ଟାରୁ ସୋମବାର ସକାଳ ୯ଟା ସୁଦ୍ଧା)  ମୋଟ୍‌ ୪୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ମୋଟ ଆକ୍ରାନ୍ତ ସଂଖ୍ୟା  ୧୦,୪୨୫ ଛୁଇଁଛି । ଏହା ମଧ୍ୟରୁ ସକ୍ରିୟ ଆକ୍ରାନ୍ତ ସଂଖ୍ୟା  ୪୦୩୮ ରହିଛି ।  ସେହିପରି ସୋମବାରଦିନ  ଭୁବନେଶ୍ୱରରେ ୨୭୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି । ଏହା ସହିତ ଭୁବନେଶ୍ବରରେ ମୋଟ ସୁସ୍ଥସଂଖ୍ୟା ୬୩୩୪ ରେ ପହଞ୍ଚିଥିବାବେଳେ  ମୃତ୍ୟୁସଂଖ୍ୟା  ୪୨ ଛୁଇଁଛି  ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

publive-image

ଗତକାଲି ଭୁବନେଶ୍ବରରେ ୫୧୫ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଥିଲା । ତେବେ ମୃତ୍ୟୁସଂଖ୍ୟା କ୍ରମାଗତ ୨ୟ ଦିନ ପାଇଁ ସମାନ ଅର୍ଥାତ ୧ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe