ଭୁବନେଶ୍ୱର ପାଲଟିଛି ଧଳଜହରର କେନ୍ଦ୍ରସ୍ଥଳ: ପୁଣି ୩୧ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ

Advertisment
ରାଜ୍ୟରେ ମାଡ଼ି ଚାଲିଛି ବ୍ରାଉନସୁଗାରର ଚେର : ବଦଳୁଛି‌ ଠିକଣା, ମୂଳପୋଛ ହେଉନି

www.fmgente.com.uy

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ବ୍ରାଉନସୁଗାର ବ୍ୟବସାୟର କେନ୍ଦ୍ରସ୍ଥଳ ପାଲଟିଛି। ଆଜି ପୁଲିସ ୩୧ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ପୁଲିସ ଏହି ଧଳଜହର ବ୍ୟବସାୟ ସହ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶ୍ରୀକୁମାର ମହାନ୍ତି, ତପନ କୁମାର ସାହୁ ଓ କପିଳ ସୁନ୍ଦରା। ବ୍ରାଉନସୁଗାର ସମେତ ପୁଲିସ ନଗଦ ୪୧ ହଜାର ଟଙ୍କା, ମୋଟର ସାଇକେଲ ଓ ୪ଟି ମୋବାଇଲ ମଧ୍ୟ ଜବତ କରିଛି।

ସୂଚନାଯୋଗ୍ୟ, ରାଜଧାନୀରେ ଦିନକୁ ଦିନ ବ୍ରାଉନସୁଗାର ବେପାରୀ ସଂଖ୍ୟା ବଢୁଛି। ଗଳିକନ୍ଦିରେ ବ୍ରାଉନସୁଗାର ମିଳୁଛି। ବସ୍ତିଠାରୁ ଆରମ୍ଭ କରି କଲୋନି, ଆପାର୍ଟମେଣ୍ଟ ସବୁଠି ଏହି ବେପାରୀମାନେ ବସିଛନ୍ତି। ଇଂଜିନିୟରିଂ ଛାତ୍ରଙ୍କଠାରୁ ଆରମ୍ଭ କରି ବଙ୍ଗୀୟ ଯୁବତୀ ଏହି ମାରାତ୍ମକ କାରବାରରେ ସଂପୃକ୍ତ ଅଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେ, ବ୍ରାଉନସୁଗାର ହୋମ ଡେଲିଭରି ହେଉଛି। ଫୋନ କଲେ ବେପାରୀମାନେ ଅଳ୍ପ ସମୟ ମଧ୍ୟରେ ପହଞ୍ଚାଇ ଦେଉଛନ୍ତି।

ପାଞ୍ଚ ଦିନ ପୂର୍ବରୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଦୁଇ ଜଣ ଇଂଜିନିୟର ଛାତ୍ରଙ୍କୁ ଗିରଫ କରିଥିଲା। ସେମାନେ ହେଲେ ବିଡିଏ କଲୋନିର ଅମିତ୍‌ ସ୍ୱାଇଁ ଓ ସୁଭାଶିଷ ଜେନା। ପୁଲିସ ଦୁହିଁଙ୍କ ନିକଟରୁ ୨୫ ଗ୍ରାମର ବ୍ରାଉନ ସୁଗାର ଜବତ କରିଥିଲା। ସେହିଭଳି ଗତ ଏକ ସପ୍ତାହ ମଧ୍ୟରେ ଚନ୍ଦ୍ରଶେଖରପୁର ଓ ଇନ୍‌ଫୋସିଟି ଥାନା ପୁଲିସ ୪ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଥିବା ବେଳେ ରବିବାର ପୁଣି ୨ଜଣ ଛାତ୍ର ଗିରଫ ହୋଇଥିଲେ। ଦିନ ଥିଲା ବାଲେଶ୍ୱର ଏହି ଧଳା ଜହରର କେନ୍ଦ୍ରସ୍ଥଳ କିନ୍ତୁ ଏବେ ଭୁବନେଶ୍ୱର ପାଲଟି ଯାଇଛି ବ୍ରାଉନସୁଗାରର ହବ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe