ଭୁବନେଶ୍ୱରରୁ ୪୧୩ କରୋନା ପଜିଟିଭ୍‌, ସ୍ଥାନୀୟ ସଂକ୍ରମଣ ୩୦୧ ଜଣ

Advertisment
ଭୁବନେଶ୍ୱରରୁ ୪୧୩ କରୋନା ପଜିଟିଭ୍‌, ସ୍ଥାନୀୟ ସଂକ୍ରମଣ ୩୦୧ ଜଣ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୪୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୩୦୧ ଜଣ ସ୍ଥାନୀୟ ସଂକ୍ରମଣ ଯୋଗୁଁ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୧୧୨ ଜଣ ସଂଗରୋଧରୁ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି। ସଂଗରୋଧରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣଙ୍କର ଯାତ୍ରା ବିବରଣୀ ଥିବା ବେଳେ ୧୦୯ ଜଣ ପୂର୍ବରୁ ପଜିଟିଭ ଚିହ୍ନଟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ।

publive-image

ସୂଚନାଯୋଗ୍ୟ, ଭୁବନେଶ୍ୱରରୁ ଆଜି ପର୍ଯ୍ୟନ୍ତ ୧୫ ହଜାର ୩୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୦ ହଜାର ୧୮୪ ଜଣ ସୁସ୍ଥ ହୋଇଥିବା ବେଳେ ୫ ହଜାର ୧୧୦ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। କିନ୍ତୁ ୫୮ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି।

publive-image

ବିଏମ୍‌ସିର ସୂଚନା ଅନୁସାରେ ସ୍ଥାନୀୟ ସଂକ୍ରମଣ ଯୋଗୁଁ ଆଜି ୩୦୧ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିରେ ବରମୁଣ୍ଡା, ଝାରପଡ଼ା, ପୁରୁଣା ଭୁବନେଶ୍ୱରରୁ ୭ ଜଣ ଲେଖାଏଁ ଅଛନ୍ତି। ସେହିଭଳି ୭ ଜଣ ପୁଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବରମୁଣ୍ଡା ଏଚବି କଲୋନି, ନୟାପଲ୍ଲୀ, ପଳାଶୁଣୀ, ବମିଖାଲରୁ ୬-୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

publive-image

ଆଜି ୪୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୟାପଲ୍ଲୀରୁ ୧୩ ଜଣ, ଆଇଗଣିଆ ଗାଁ, ଡୁମଡୁମା ପିଏଚ୍‌-୧ରୁ ୧୧-୧୧ ଜଣ, ଭୀମଟାଙ୍ଗୀ ଏଚ୍‌ବି କଲୋନି, ଉତ୍କଳ ବିଶ୍ୱବିଦ୍ୟାଳୟ ଅଂଚଳରୁ ୯ ଜଣ ଲେଖାଏଁ, ବରମୁଣ୍ଡା ଏଚ୍‌ବି କଲୋନିରୁ ୮ ଜଣ, ୟୁନିଟ-୨ ଓ ୟୁନିଟ-୩ ସରକାରୀ କ୍ୱାର୍ଟର୍ସରୁ ୮ ଜଣ, ୟୁନିଟ-୯ରୁ ୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe