୪୩ତମ ମନନ ନାଟ୍ୟ ମହୋତ୍ସବ: ‘ଉଲ୍‌ପି’‌ରେ ନାଗବଂଶୀ ରାଜକୁମାରୀଙ୍କ ପ୍ରେମ କାହାଣୀ

Advertisment

୪ଜଣଙ୍କୁ ‘ମନନ ସମ୍ମାନ’

୪ଜଣଙ୍କୁ ‘ମନନ ସମ୍ମାନ’

୪୩ତମ ମନନ ନାଟ୍ୟ ମହୋତ୍ସବ: ‘ଉଲ୍‌ପି’‌ରେ ନାଗବଂଶୀ ରାଜକୁମାରୀଙ୍କ ପ୍ରେମ କାହାଣୀ

ଭୁବନେଶ୍ବର: ଆମ ସଂସ୍କୃତି ଓ ପରମ୍ପରାକୁ ବାଟ ଦେଖାଉଥିବା ପବିତ୍ର ପୋଥି ହେଉଛି ପୁରାଣ। ସାମାଜିକ, ରାଜନୈତିକ, ଅର୍ଥନୈତିକ ଓ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରୁଥିବା ମାଧ୍ୟମ ହେଉଛି ପୁରାଣ। ନାଗବଂଶୀ ଓ ଚନ୍ଦ୍ରବଂଶୀମାନଙ୍କ ମଧ୍ୟରେ ଥିବା ତଥାକଥିତ ଶତ୍ରୁତା ଆଉ ମିତ୍ରତାର କାହାଣୀ ସାଙ୍ଗକୁ ନାଗବଂଶୀ ରାଜକୁମାରୀର ପ୍ରେମ କାହାଣୀ ଉପରେ ଆଧାରିତ ନାଟକ ‘ଉଲପି’ ଆଜି ରବୀନ୍ଦ୍ରମଣ୍ଡପରେ ଦର୍ଶକଙ୍କ ହୃଦୟ ଜିଣିଥିଲା। ମନନ ନାଟ୍ୟସଂସ୍ଥା ପକ୍ଷରୁ ଆୟୋଜିତ ୪୩ତମ ନାଟ୍ୟ ମହୋତ୍ସବର ଆଜି ଚତୁର୍ଥ ସଂଧ୍ୟାରେ ବେଲପାହାଡ଼ ମିରର୍‌ ଥିଏଟର୍‌ର କଳାକାରମାନେ ଏହି ନାଟକ ପରିବେଷଣ କରିଥିଲେ। ସୁବାସ ଚନ୍ଦ୍ର ପ୍ରଧାନ ନାଟକ ରଚନା ଓ ନିର୍ଦ୍ଦେଶନା ଦେଇଥିଲେ।

ଅପରପକ୍ଷେ ଆଜିର ସଭାରେ ଉଲ୍ଲେଖନୀୟ କୃତି ପାଇଁ ସାମ୍ବାଦିକା ସସ୍ମିତା ସାହୁ ଓ ବନ୍ଦନା ସେଠୀ ଏବଂ ସାମ୍ବାଦିକ ପ୍ରୀତମ୍ ସାହୁ, ସନାତନ ବାରିକଙ୍କୁ ‘ମନନ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ନବୀନ କୁମାର ପରିଡ଼ା, ବରିଷ୍ଠ ସାମ୍ବାଦିକ ଅଶୋକ ପାଲିତ୍, ଡ. ଦେବାନନ୍ଦ ନାୟକ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ସଂସ୍ଥାର ସଭାପତି ମନୋଜ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଉପସଭାପତି ବଙ୍କିମ ଚନ୍ଦ୍ର ନାୟକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe